ମାଣିତରାରେ “ମୋ ଗେହ୍ଲା ଝିଅ” କାର୍ଯ୍ୟକ୍ରମ

0
293

ବୁଗୁଡା, ୧୪/୦୩/୨୦୨୨: ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ମାଣିତରାରେ “ମୋ ଗେହ୍ଲା ଝିଅ” କାର୍ଯ୍ୟକ୍ରମ ମାର୍ଚ୍ଚ ୧୪ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ପୁରୁଷ ଅପେକ୍ଷା ମହିଳା ସଂଖ୍ୟା କମିବା ପରେ କନ୍ୟା ସନ୍ତାନ ବୃଦ୍ଧି ପାଇଁ ଓ କନ୍ୟା ସନ୍ତାନଙ୍କ ଯତ୍ନ ପାଇଁ ସରକାର ବିଭିନ୍ନ ଯୋଜନା ଗ୍ରହଣ କରିଛନ୍ତି। ସେହି ପ୍ରରିପେକ୍ଷିରେ କନ୍ୟା ସନ୍ତାନ ଓ କନ୍ୟା ସନ୍ତାନର ମାଆ ମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ମାଣିତରା ଅଙ୍ଗନୱାଡି କେନ୍ଦ୍ର ପର୍ଯ୍ୟବେକ୍ଷିକା ଗୀତାଞ୍ଜଳୀ ବଡମୁଣ୍ଡି ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ “ମୋ ଗେହ୍ଲା ଝିଅ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଚାରି କନ୍ୟା ସନ୍ତାନ ଓ ସେମାନଙ୍କ ମାଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନଙ୍କୁ ବନ୍ଦାପନା କରିବା ସହ ଚାରି କନ୍ୟାରତ୍ନଙ୍କୁ ନୂତନ ପୋଷାକ ପ୍ରଦାନ କରାଯାଇଥିଲା। ମାଣିତରା ଗ୍ରାମ ପଞ୍ଚାୟତର ସମସ୍ତ ଅଙ୍ଗନୱାଡି କର୍ମୀ ଓ ସହାୟିକା, ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ମାଆ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here