ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ବାରା “ଅନୁସୂଚିତ ଜାତି ଓ ଉପଜାତି ଆଇନ ୧୯୮୯” ବିଷୟ ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0
162

ବ୍ରହ୍ମପୁର,୧୭/୦୩/୨୦୨୨: ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ବାରା ମାନ୍ୟବର ଭାରପ୍ରାପ୍ତ ଜିଲ୍ଲା ଜଜ ତଥା ଅଧ୍ୟକ୍ଷ ଶ୍ରୀମତୀ ଲୁନା ମହାନ୍ତି ଙ୍କ ନିର୍ଦ୍ଦେଶ କ୍ରମେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଓମ ଶ୍ରୀ ଗୁରୁ ଆଦିବାସୀ ଉଚ୍ଚ ବିଦ୍ୟାଳୟ , ବଡ଼ପଲଙ୍କ, ଚିକିଟିରେ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ପ୍ରାଧିକରଣର ସଚିବ ଶ୍ରୀ କୈଳାଶ ସାହୁ “ଅନୁସୂଚିତ ଜାତି ଓ ଉପଜାତି ଆଇନ-୧୯୮୯” ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇ ସେମାନଙ୍କ ମଧ୍ୟରେ ସଚେତନତା ଜାଗ୍ରତ କରାଇଥିଲେ । ଏଥିସହ ଜିଲ୍ଲା ଆଇନ ସେବା ପ୍ରାଧିକରଣର କାର୍ଯ୍ୟ ଏବଂ ମାଗଣା ଆଇନ ସେବା ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ୭୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ସହ ସେଠାକାର ଶିକ୍ଷକ ବୃନ୍ଦ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ପ୍ରାଧିକରଣର ସଚିବ ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟକ୍ରମକୁ ସାଙ୍ଗ କରିଥିଲେ ।

LEAVE A REPLY

Please enter your comment!
Please enter your name here