ଗୋଳନ୍ଥରା ଥାନା ହାଜତ ହତ୍ୟା ଘଟଣା । ହାଇକୋର୍ଟର ଆଦେଶକୁ ପୋଲିସର ଅବମାନନା କାରଣରୁ ମାମଲାର ସିବିଆଇ ତଦନ୍ତ ପାଇଁ ପୁଣି ମାମଲା ।

0
404

ବ୍ରହ୍ମପୁର , ୧୭/୦୩/୨୦୨୨: ଗଞ୍ଜାମ ଜିଲ୍ଲାର ବହୁଚର୍ଚ୍ଚିତ ଗୋଳନ୍ଥରା ଥାନା ଗଣେଶ ଡାକୁଆ ହାଜତ ହତ୍ୟା ମାମଲାରେ ହତ୍ୟାକାରୀଙ୍କୁ ଗିରଫ ନକରିବାରୁ ହାଇକୋର୍ଟରେ ଜାଚିକା ଦାଏର କରାଯାଇଥିଲା । ମାନ୍ୟବର ହାଇକୋର୍ଟ ମାମଲାରେ ହସ୍ତକ୍ଷେପ କରି ଅଭିଯୋଗକାରୀଙ୍କ ଏତଲା ଗ୍ରହଣ କରି ପଦକ୍ଷେପ ଗ୍ରହଣ କରିବାକୁ ଆଦେଶ ଦେଇଥିଲେ । ପରନ୍ତୁ ପୋଲିସ ହାଇକୋର୍ଟ ଆଦେଶକୁ ଅଣଦେଖା କରି ଗୋଳନ୍ଥରା ଥାନା ପକ୍ଷରୁ ତରବରିଆ ଭାବରେ ପ୍ରକୃତ ହତ୍ୟାକାରୀଙ୍କୁ ଛାଡି ଅନ୍ୟ କିଛି ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରି ଦଫା ଲଗାଇ ଚୁପ୍ ରହିଥିବାରୁ ମୃତକଙ୍କ ମା ପୁଣି ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ।ଥାନା ଅଞ୍ଚଳ ରଙ୍ଗିପୁର ଗ୍ରାମର ଶୋଭା ଡାକୁଆ ତାଙ୍କ ପୁଅ ଗଣେଶକୁ ମେ ମାସ ତିନି ତାରିଖରେ ଗୋଳନ୍ଥରା ଥାନାରେ ପିଟି ପିଟି ହାଜତ ହତ୍ୟା କରିଥିବା ଯୋଗୁ ତତ୍କାଳୀନ ଆଇଆଇସି ବାବୁଲି ନାୟକ , ଅଜିତ ଦାସ ଏବଂ ଭାଇ ଡାନି ଦାସ , ଏ ଏସ ଆଇ ପ୍ରକାଶ ଆଚାର୍ଯ୍ୟ ଓ ଦିପ୍ତି ପ୍ରକାଶ ଜେନା କନେଷ୍ଟବଳଙ୍କ ବିରୁଦ୍ଧରେ ମାମଲା ରୁଜୁ ପାଇଁ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଗୋଲନ୍ଥରା ଥାନା ମାମଲା ରୁଜୁ ନକରିବାରୁ ମାନ୍ୟବର ଉଚ୍ଚାନ୍ୟାଳୟ CRLMP ନଂ ୨୦୫୬ ତା-୧୨-୧୧-୨୧ ରେ FIR ରେଜିଷ୍ଟ୍ରି କରିବା ପାଇଁ ପୋଲିସକୁ ନିର୍ଦେଶ ଦେବାକୁ ମାମଲା ରୁଜୁ କରାଯାଇଥିଲା । ଉକ୍ତ ମାମଲାକୁ ଶୁଣାଣି କରି ମାନ୍ୟବର ଜଷ୍ଟିସ ବିଶ୍ୱଜିତ ମହାନ୍ତି ରାଜ୍ୟ ସରକାରଙ୍କୁ କୈଫୟତ ଲୋଡିଥିଲେ । ପରନ୍ତୁ ଶୁଣାଣିର ଗୋଟିଏ ଦିନପୂର୍ବରୁ ଗୋଳନ୍ଥରା ଥାନା କେଶ ନଂ ୩୩୨ ତା ୨୭-୧୧-୨୧ ରେ ମାମଲା ୠଜୁକରି ତିନି ଚାଗୋଟି ଦଫା ଯଥା ହତ୍ୟା ମାମଲା ଆଇପିସି ଧାରା ୩୦୨/୨୦୧ଏବଂ ୩୪ ରେ ଅଜିତ ଦାସ , ଅମିତ ଦାସ , ବାବୁଲି ନାୟକ, ପ୍ରକାଶ ଆଚାର୍ଯ୍ୟ ଓ ଦିପ୍ତି ପ୍ରକାଶ ଜେନାଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଥିଲା l ଦୀର୍ଘ ଏକମାସ ମଧ୍ୟରେ ଦୋଷୀ ମାନଙ୍କୁ ଗିରଫ ନକରିବାରୁ ତାଙ୍କ ପରିବାର ତରଫରୁ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା I
ଇତି ମଧ୍ୟରେ ଦୀର୍ଘ ୫ମାସ ବିତିଯାଇଥିଲେ ମଧ୍ୟ ଦୋଷୀଙ୍କୁ ଗିରଫ କରାଯାଇ ନ ଥିବାରୁ ଶୋଭା ଡାକୁଆ ପୋଲିସର ଦାୟିତ୍ଵରେ ଅବହେଳା ବିରୁଦ୍ଧରେ ପୁନର୍ବାର ଏକ ନୂତନ CRLMP NO 461/ 2022 ପ୍ରକାରେ ମାମଲା ରୁଜୁ କରିଛନ୍ତି l ଉକ୍ତମାମଲା ପ୍ରକାରେ ପୋଲିସ ଜାଣିଶୁଣି ଉପରୋକ୍ତ ଦୋଷୀମାନଙ୍କୁ ଗିରଫ କରୁନଥିବାରୁ ଗୃହ ସଚିବ , ଓଡିଶା , ଆରକ୍ଷୀ ଅଧିକ୍ଷକ ବ୍ରହ୍ମପୁର ଏବଂ ଥାନା ଅଧିକାରୀ ଗୋଳନ୍ଥରାଙ୍କୁ ପକ୍ଷଭୁକ୍ତ କରିଛନ୍ତି । ସେଥିରେ ଯେ ଦର୍ଶାଇଛନ୍ତି କି , କାହିଁକି ହତ୍ୟାକାରୀ ମାନଙ୍କୁ ଆଜି ପର୍ଯ୍ୟନ୍ତ ଗିରଫ କରାଯାଇନାହିଁ କୈଫୟତ ମଗାଯିବା ସହ ପୋଲିସ ବିରୁଦ୍ଧରେ କାର୍ଯ୍ୟରେ ଅବହେଳା କାରଣ ଜନିତ ଦଫାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ।
ତତ୍ ସହିତ ଉକ୍ତ କେଶକୁ ତଦନ୍ତ କରିବା ପାଇଁ ସିବିଆଇ କୁ ହସ୍ତାନ୍ତରିତ କରିବାପାଇଁ ନିର୍ଦେଶ ଦେବାକୁ ମଧ୍ୟ ପ୍ରାର୍ଥନା କରାଯାଇଛି I ମାମଲାର ଶୁଣାଣି ଆସନ୍ତା ସପ୍ତାହରେ କରାଯିବା ପାଇଁ ମଧ୍ୟ ମେମୋ ଜରିଆରେ ଅନୁରୋଧ କରାଯାଇଛି।

LEAVE A REPLY

Please enter your comment!
Please enter your name here