ବ୍ରହ୍ମପୁର ମହାନଗର ନିଗମର ବିଭିନ୍ନ ୱାର୍ଡରେ କଂଗ୍ରେସ ମେୟର ପ୍ରାର୍ଥୀ ମଞ୍ଜୁ ରଥଙ୍କ ନିର୍ବାଚନ ପ୍ରଚାର

0
200

ବ୍ରହ୍ମପୁର , ୧୭/୦୩/୨୦୨୨ : ବ୍ରହ୍ମପୁର ମହାନଗର ନିଗମ କଂଗ୍ରେସର ମେୟର ପ୍ରାର୍ଥୀ ମଞ୍ଜୁ ରଥ ଓ କର୍ପୋରେଟର ପ୍ରାର୍ଥୀଙ୍କ ୧୭ ନଂ ୱାର୍ଡର ରମ୍ପା ସାହି , ବାଙ୍କ ବିହାର ନଗର , ଲୋଚାପଡ଼ା ବ୍ୟାଙ୍କ କଲୋନୀ , ଭବାନୀ ନଗର , ୱାର୍ଡ ନଂ ୪୨ର ଆମ୍ବପୁଆ , ଶ୍ରୀହର୍ଷ ବିହାର , ଡିଫେନ୍ସ କଲୋନୀ , ବିମାନଗର , ୱାର୍ଡ ନଂ ୩୯ର ଲାଞ୍ଜିପଲ୍ଲୀ , ଶିଳ୍ପାଞ୍ଚଳ , ଜଳେଶ୍ବରଖଣ୍ଡି ପ୍ରଭୃତି ଅଞ୍ଚଳରେ ରୋଡ ଶୋ ପ୍ରଚାର ଜୋରଦାର କରାଯାଇଅଛି ।ମହାନଗର ନିଗମକୁ ଦୁର୍ନୀତିମୁକ୍ତ କରିବା ଏବଂ ବ୍ରହ୍ମପୁରବାସୀଙ୍କ ମୌଳିକ ସମସ୍ୟା ମୁଖ୍ୟତଃ ରାସ୍ତା, ନାଳନର୍ଦ୍ଦମା , ପାନୀୟ ଜଳ ସମସ୍ୟା , ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା , ସ୍ବାସ୍ଥ୍ୟସେବା ଓ ଗରିବଙ୍କ ପାଇଁ ବ୍ୟବସ୍ଥିତ ଯୋଜନାର କାର୍ଯ୍ୟକାରୀ କରିବା ଦିଗରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଜନସାଧାରଣଙ୍କ ଅସନ୍ତୋଷ ଚଳିତ ନିର୍ବାଚନରେ ପ୍ରତିଫଳିତ ହେଉଥିବାରୁ କଂଗ୍ରେସ ଏହାକୁ ସଦୁପଯୋଗ କରୁଥିବା ଲକ୍ଷ କରାଯାଇଅଛି । ଏହି ଅବସରରେ ମେୟର ପ୍ରାର୍ଥୀ ଶ୍ରୀମତୀ ରଥ ୧୭ ନଂ ୱାର୍ଡର ପ୍ରାର୍ଥୀ କେ. ରବି , ୩୯ନଂ ୱାର୍ଡର ଶର୍ମିଳା ଚର୍ଚ୍ଚ , ୪୨ ନଂ ୱାର୍ଡର ତତ ସବୁଦ୍ଧି , କଂଗ୍ରେସର ମୁଖପାତ୍ର ରବି ରଥଙ୍କ ସମେତ ଶହ ଶହ ଦଳୀୟ କର୍ମୀ ଓ ମହିଳା ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here