ପୂର୍ବତନ ବିଜେଡି କର୍ପୋରେଟର ରଞ୍ଜିତ ପଟ୍ଟନାୟକ ଙ୍କ ବିଜେପି ରେ ଯୋଗଦାନ

0
522

ବ୍ରହ୍ମପୁର,୧୭/୦୩/୨୦୨୨:ଆଜି ଷ୍ଟେସନ ରୋଡ ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ବିଜେଡି ର ପୂର୍ବତନ କର୍ପୋରେଟର ବିଜେପି ରେ ଯୋଗଦାନ କରିଛନ୍ତି। ବ୍ରହ୍ମପୁର ମହାନଗର ନିଗମ ଗାନ୍ଧୀନଗର ୨୩ ନଂ ଓ୍ୱାର୍ଡ଼ର ତଥା ବର୍ତ୍ତମାନ ୨୦ ନଂ ଓ୍ୱାର୍ଡ଼ ର ପୂର୍ବତନ କର୍ପୋରେଟର ରଞ୍ଜିତ କୁମାର ପଟ୍ଟନାୟକ ତାଙ୍କର ବହୁ ସମର୍ଥକଙ୍କ ସହ ଆଜି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେବା ସହ ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି । ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା,ରାଜ୍ୟ ଉପ ସଭାପତି ଭୃଗୁ ବକ୍ସିପାତ୍ର,ବରିଷ୍ଠ ନେତା ତଥା ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ କାହ୍ନୁ ଚରଣ ପତି ବିଜେଡ଼ି ର ପୂର୍ବତନ କର୍ପୋରେଟର ରଞ୍ଜିତ କୁମାର ପଟ୍ଟନାୟକଙ୍କୁ ପୁଷ୍ପଗୁଛ ଏବଂ ଉପଢୋକନ ଦେଇ ସ୍ୱାଗତ ଜଣାଇବା ସହ ବ୍ରହ୍ମପୁର ମହାନଗରରେ ରଞ୍ଜିତ ପଟ୍ଟନାୟକ ଙ୍କ ବିଜେପି ରେ ଯୋଗଦାନ ଫଳରେ ଦଳ ଆହୁରି ଅଧିକ ସୁଦୃଢ ହୋଇପାରିବ ବୋଲି ଜିଲ୍ଲା ସଭାପତି ଆଶା ବ୍ୟକ୍ତ କରିଛନ୍ତି । ଆଜି ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ୨୦ ନଂ ଦଳୀୟ କର୍ପୋରେଟର ପ୍ରାର୍ଥିନୀ ରଞ୍ଜିତା ବେହେରା,ଜିଲ୍ଲା ସାଧାରଣ ସମ୍ପାଦକ ଏନ୍.ରାଜେନ୍ଦ୍ର କୁମାର, ଗାନ୍ଧୀନଗର ମଣ୍ଡଳ ସଭାପତି ସତ୍ୟ ନାରାୟଣ ବସନ୍ତିଆ, ସିଏଚ୍.ଆପନା,ସୁନିଲ କୁମାର ସାହୁ ପ୍ରମୁଖ ବହୁ ଦଳୀୟ କାର୍ଯକର୍ତ୍ତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here