ସଡ଼କ ଦୁର୍ଘଟଣା , ଶିକ୍ଷୟତ୍ରୀ ମୃତ । କନ୍ୟା ଆହତ ।

0
461

ବ୍ରହ୍ମପୁର , ୧୭/୦୩/୨୦୨୨ : ଏକ ଅଭାବନୀୟ ସଡକ ଦୁର୍ଘଟଣାରେ ଆଜି ବ୍ରହ୍ମପୁରରେ ଜନୈକ ଶିକ୍ଷୟତ୍ରୀଙ୍କ ମୃତ୍ୟୁ ଘଟିଅଛି । ସ୍ଥାନୀୟ ଡି ପଲ୍ ସ୍କୁଲର ଶିକ୍ଷୟତ୍ରୀ ଶ୍ରୀମତୀ ସରିତା କୁମାରି ଦାଶ
(୩୭) ଆଜି ସକାଳ ୭ଟା ସମୟରେ ସ୍କୁଟି ଚଳାଇ ନିଜ ଝିଅ ପ୍ରଯୁକ୍ତା ସହ ସ୍କୁଲକୁ ଯାଉଥିବା ବେଳେ ଆସ୍କାରୋଡ ଫାଷ୍ଟଗେଟ୍ ନିକଟରେ ଏକ ଟ୍ରକ (ଗାଡି ନମ୍ବର ଓଆରଏଲ -୬୫୧୪) ଧକ୍କାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ମୃତ୍ୟୁ ବରଣ କରିଛନ୍ତି । ଦୁର୍ଘଟଣାରେ ସେ ମୁଣ୍ଡରେ ଆଘାତ ପାଇ ତୁରନ୍ତ ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ସହ ସ୍କୁଟିରେ ଯାଉଥିବା ନିଜ ଝିଅ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ପ୍ରଯୁକ୍ତା ଦାଶ ଗାଡିରୁ ଛିଟିକି ପଡି ଗୁରୁତର ଭାବେ ଆହତ ଚିକିତ୍ସାଧୀନ ଅଛନ୍ତି । ଶ୍ରୀମତୀ ଦାଶ ଡି ପଲ୍ ସ୍କୁଲରେ ୨୦୧୬ ମସିହାରୁ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କର ବିୟୋଗରେ ଅନୁଷ୍ଠାନର କର୍ମଚାରୀ ଓ ଶିକ୍ଷାର୍ଥୀଙ୍କ ମହଲାରେ ଶୋକର ଛାୟା ଖେଳିଯାଇଥିବା ସହ ସ୍କୁଲକୁ ଦିନକ ପାଇଁ ଛୁଟି ଘୋଷଣା କରାଯାଇଥିଲା । ଶ୍ରୀମତୀ ସରିତା ଡି ପଲ୍ ବିଦ୍ୟାଳୟର ଶିକ୍ଷାର୍ଥୀଙ୍କ ମହଲରେ ଅତି ଦକ୍ଷ ଏବଂ ଆନ୍ତରିକତାର ସହିତ ଶିକ୍ଷାଦାନ ପାଇଁ ଜଣାଶୁଣା ଥିଲେ । ସମ୍ପ୍ରତି ସେ ବିଦ୍ୟାଳୟର ଷ୍ଟାଫ୍ ସେକ୍ରେଟାରୀ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ ।

LEAVE A REPLY

Please enter your comment!
Please enter your name here