ମହିଳା ଭୋଟରଙ୍କୁ ଶାଢ଼ୀ ବାଣ୍ଟିବାକୁ ଶାସକ ଦଳର ଯୋଜନା ! ମାଡ଼ିବସିଲା ପୋଲିସ, ଅଭିଯୋଗ ଆଣିଛି ବିଜେପି

0
826

ବ୍ରହ୍ମପୁର,୧୮/୦୩/୨୦୨୨ ( ଟୁକୁନା ପ୍ରଧାନ)-: ପୌର ନିର୍ବାଚନରେ ଜିତିବା ପାଇଁ ଅଭିନବ ଉପାୟରେ ଭୋଟ୍ ହାତେଇବାକୁ ଲକ୍ଷ୍ୟ ରଖୁଛନ୍ତି ପ୍ରାର୍ଥୀ ଏବଂ ରାଜନୈତିକ ଦଳ। ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରୁ ଆସିଛି ଏଭଳି ଏକ ନିଆରା ଦୃଶ୍ୟ। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। କୋଦଳା ଏନଏସି ର ଖଦାଳ ସାହିରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାଢୀ ବଣ୍ଟନ କରାଯାଇଥିବା ଅଭିଯୋଗ ହୋଇଛି। ବିଜେପି ପକ୍ଷରୁ ଅଭିଯୋଗ ହେବା ପରେ ଉକ୍ତ ସାହିରେ କୋଦଳା ପୋଲିସ ର ଏକ ଟିମ୍ ଚଢ଼ାଉ କରି ବହୁ ସଂଖ୍ୟକ ଶାଢୀ ଜବତ କରିବା ସହ ଜଣଙ୍କୁ ଥାନାକୁ ଉଠାଇ ଆଣିଥିବା ଜଣାପଡିଛି । ତେବେ ପ୍ରାରମ୍ଭିକ ସୂଚନା ଅନୁସାରେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ଜିତାଇବାକୁ ଏଭଳି ହୀନ ଉଦ୍ଯମ କରିଥିବା ବିଜେପି ପକ୍ଷରୁ କୁହାଯାଉଛି। ଏହି କଥା କେତେ ସତ କେତେ ମିଛ ତାହା ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ଆଲୋଚନା ଚାଲିଛି। ଏ ନେଇ କୋଦଳା ଥାନା ଅଧିକାରୀ ଶ୍ରୀ ଦେବାଶିଷ ମହାନ୍ତି ଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଏ ନେଇ ଅନୁସନ୍ଧାନ ଚାଲିଛି ଅନୁସନ୍ଧାନ ପରେ ପ୍ରକୃତ ସତ୍ୟାସତ୍ୟ ଜଣାପଡିବ । ସୂଚନାନୁଯାୟୀ ଗତକାଲି ମଧ୍ଯ ବିଜେପି ର ଜୈନିକ ପ୍ରାର୍ଥୀ ଙ୍କୁ ପୋଲିସ ଉଠେଇ ଆଣିଥିଲା ।

LEAVE A REPLY

Please enter your comment!
Please enter your name here