ହଳଦିଆପଦର ସରପଞ୍ଚ ଦଣ୍ଡପାଣି ବେହେରାଙ୍କ ଦାୟିତ୍ୱ ଗ୍ରହଣ

0
439

ରଙ୍ଗେଇଲୁଣ୍ଡା,୧୭/୦୩/୨୦୨୨: ରଙ୍ଗେଇଲୁଣ୍ଡା ବ୍ଲକର ହଳଦିଆପଦର ଗ୍ରାମପଞ୍ଚାୟତ ନବନିର୍ବାଚିତ ସରପଞ୍ଚ ଦଣ୍ଡପାଣି ବେହେରା ଆଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।ଆଜି ସମିତି ସଭ୍ୟ କେ. ପ୍ରବୀଣ କୁମାରଙ୍କ ନେତୃତ୍ୱରେ ୱାର୍ଡ ସଭ୍ୟ /ସଭ୍ୟା ସମେତ ସମର୍ଥକ ମାନେ ଏକତ୍ରିତ ହୋଇ ବିରାଟ ପଟୁଆରରେ ପଞ୍ଚାୟତ ପରିକ୍ରମା କରି ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ପୂଜାପାଠ କରିଥିଲେ l ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ତାରିଣୀ ଅଚାରୀ ସରପଞ୍ଚ ଶ୍ରୀ ବେହେରାଙ୍କୁ ବିଭିନ୍ନ କାଗଜାତ ସମ୍ପର୍କରେ ଅବଗତ କରାଇଥିଲେ l ଶ୍ରୀ ବେହେରା କହିଛନ୍ତି ପଞ୍ଚାୟତବାସୀ ଯେଉଁ ଆସ୍ଥାଭାଜନ କରି ତାଙ୍କୁ ନିର୍ବାଚିତ କରାଇଛନ୍ତି ସେଥିପାଇଁ ପଞ୍ଚାୟତ ବାସୀଙ୍କ ଠାରେ କୃତଜ୍ଞ ରହିବା ସହ ସରକାରଙ୍କ ସମସ୍ତ ଯୋଜନାର ସୁଫଳ କିପରି ଜନସାଧାରଣଙ୍କ ପାଇପାରିବେ ସବୁବେଳେ ଚେଷ୍ଟା କରିବି ବୋଲି କହିଛନ୍ତି l ପଞ୍ଚାୟତବାସୀଙ୍କ ପକ୍ଷରୁ ନବନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉଦୟ ନାଥ ସାହୁ,ଶିଶିର ଦାସ, ଦୀନବନ୍ଧୁ ସାହୁ, ଟୁଲୁ ପଣ୍ଡା,ପ୍ରଦୀପ କୁମାର ସାହୁ, ସମାଜ ସେବୀ ତ୍ରିପତି ମହାରଣା,ଟୁକୁନା ବେହେରା,ପ୍ରଶାନ୍ତ ବେହେରା, ଦୁଃଖୀ ବେହେରା ସହ ଗଦା ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ପଞ୍ଚାୟତର ଉନ୍ନତି ମୂଳକ କାର୍ଯ୍ୟ ହାତକୁ ନେଇ ଅଞ୍ଚଳର ବିକାଶ ପଥରେ ଆଗେଇ ଆସିବା ପାଇଁ ଉଦ୍ୟମ କରୁଥିବା ନେଇ ସମିତି ସଭ୍ୟ କେ. ପ୍ରବୀଣ କୁମାର, ସରପଞ୍ଚ ଦଣ୍ଡପାଣି ବେହେରା କହିଛନ୍ତି।

LEAVE A REPLY

Please enter your comment!
Please enter your name here