କୋଦଳା ଏନ୍ ଏ ସି ରେ କଂଗ୍ରେସ ,ବିଜେଡି, ବିଜେପି ଭିତରେ ହେବ କଡା ଟକ୍କର, ସ୍ଵାଧୀନ ପ୍ରାର୍ଥୀ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ

0
283

ବ୍ରହ୍ମପୁର,୧୯/୦୩/୨୦୨୨ (ଟୁକୁନା ପ୍ରଧାନ)-: ଆସନ୍ତା ୨୪ ତାରିଖ ଦିନ ପୌରନିର୍ବାଚନ ହେବାକୁ ଥିବାବେଳେ, ଗଞ୍ଜାମ ଜିଲ୍ଲା କବିସୂର୍ଯ୍ଯନଗର ନିର୍ବାଚନମଣ୍ଡଳୀ କୋଦଳା ଏନ୍ ଏ ସି ରେ ଅଧ୍ୟକ୍ଷ ପଦବୀ ପଦବୀ ପାଇଁ କଂଗ୍ରେସ, ବିଜେଡି, ବିଜେପି ଦଳ ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି ସାଧାରଣରେ ଆଲୋଚନା ଚାଲିଛି ! କୋଦଳା ଏନ୍ ଏ ସି ୧୩ ଗୋଟି ୱାର୍ଡକୁ ନେଇ ଗଠିତ । ସମୁଦାୟ ଭୋଟର ସଂଖ୍ୟା ୧୦୭୦୯ ହୋଇଥିବା ବେଳେ ମହିଳା ଭୋଟର ସଂଖ୍ୟା ୪୯୭୧ ଏବଂ ପୁରୁଷ ଭୋଟର ସଂଖ୍ୟା ୫୭୩୬, ଅନ୍ୟାନ୍ୟ ଭୋଟର ସଂଖ୍ୟା ୨ । ଅଧକ୍ଷ ପଦବୀ ପାଇଁ ବିଜେପି, ବିଜେଡି, କଂଗ୍ରେସ, ସ୍ଵାଧୀନ ପ୍ରାର୍ଥୀ ଥିବା ବେଳେ ତିନି ପ୍ରମୁଖ ଦଳ ଭିତରେ କଡ଼ା ମୁକାବିଲା ହେବ ବୋଲି ସାଧାରଣରେ ଆଲୋଚନା ଚାଲିଛି। ଧୀରେ ଧୀରେ ରାଜନୈତିକ ପାଣିପାଗ ଉଷ୍ମ ହେବାକୁ ଲାଗିଲାଣି । ତିନି ଦଳୀୟ ପ୍ରାର୍ଥୀ, ପ୍ରାର୍ଥୀନୀ ମଧ୍ଯ ନିଜ ନିଜର ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ କଲେଣି । ଏଥିରେ କଂଗ୍ରେସ ପକ୍ଷରୁ ଯୁବନେତା ଶ୍ରୀ ଗୋପତ ପରିଡା ପ୍ରାର୍ଥୀ ହୋଇଛନ୍ତି । ସେ ଚାଷୀ ପରିବାର ରୁ ଆସିଛନ୍ତି । ଛାତ୍ର ଜୀବନରୁ ସେ ରାଜନୀତି ସହ ସମ୍ପୃକ୍ତ ଅଛନ୍ତି । ଏଥିସହିତ ବିଜେଡି ପକ୍ଷରୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ସଦସ୍ୟା ଏବଂ ଜଣେ ସାଧାରଣ ପରିବାର ର ଝିଅ ସୁଶ୍ରୀ ଭାରତୀ ଗୌଡ଼ ପ୍ରାର୍ଥୀ ହୋଇଛନ୍ତି ।ସେହିପରି ବିଜେପି ପକ୍ଷରୁ ଯୁବସାମ୍ବାଦିକ ତଥା ବ୍ୟବସାୟୀ ଶ୍ରୀ ସୂର୍ଯ୍ୟନାରାୟଣ ନାୟକ ପ୍ରାର୍ଥୀ ହୋଇଛନ୍ତି । ସେ ପ୍ରଥମ ଥର ଲାଗି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ଦେଖାଯାଉ କିଏ ନିର୍ବାଚନ ରଣାଙ୍ଗନରେ ବିଜୟ ଲାଭ କରୁଛି ଏବଂ କିଏ ପରାଜୟ ବରଣ କରୁଛି ତାହା ଦେଖିବାକୁ ବାକି ରହିଲା । ସୂଚନା ମୁତାବକ ତିନି ପ୍ରାର୍ଥୀ ଉଚ୍ଚ ଶିକ୍ଷିତ ସାଙ୍ଗକୁ ପ୍ରଥମ ଥର ପାଇଁ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ଏଥିସହିତ ବିଜେପି, ବିଜେଡି, କଂଗ୍ରେସ ଦଳ ଅଧ୍ୟକ୍ଷ ପ୍ରାର୍ଥୀ ଦେଇଥିବା ବେଳେ ସ୍ଵାଧୀନ ପ୍ରାର୍ଥୀ ମଧ୍ଯ ଅଛନ୍ତି । ଏହି ନିର୍ବାଚନ ରେ ସ୍ଵାଧୀନ ପ୍ରାର୍ଥୀ ମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ସାଧାରଣରେ ଆଲୋଚନା ଚାଲିଛି !

LEAVE A REPLY

Please enter your comment!
Please enter your name here