ବିଶ୍ୱ ଘର ଚଟିଆ ଦିବସ ପାଳିତ

0
372

ବ୍ରହ୍ମପୁର,୨୦/୦୩/୨୦୨୨: ପ୍ରତିବର୍ଷ ମାର୍ଚ୍ଚ ମାସ କୋଡିଏ ତାରିଖକୁ ସାରା ବିଶ୍ୱବ୍ୟାପୀ ଘର ଚଟିଆ ସୁରକ୍ଷା ପାଇଁ ଉତ୍ସର୍ଗ ହୋଇଛି l ଘର ଚଟିଆ ବଂଶ ସୁରକ୍ଷା ପାଇଁ ବିଭିନ୍ନ ଅନୁଷ୍ଠାନ ବର୍ଷ ବ୍ୟାପି ଅହରହ ଉଦ୍ୟମ ଚଳାଇଛନ୍ତି l ଗଞ୍ଜାମ ଜିଲ୍ଲା ଗୁଣ୍ଠବନ୍ଧ ଗ୍ରାମର ଆଞ୍ଚଳିକ ବିକାଶ ପରିଷଦ ଦୀର୍ଘ ଦଶ ବର୍ଷ ଧରି ଘର ଚଟିଆ ସୁରକ୍ଷା ପାଇଁ ଗଞ୍ଜାମ ଓ ଗଜପତି ଜିଲ୍ଲର ବିଭିନ୍ନ ସ୍ଥାନରେ ସୁରକ୍ଷା ଓ ସଂରକ୍ଷଣ ଦିଗରେ କାର୍ଯ୍ୟକ୍ରମ କରିଆସୁଛି, ସଂରକ୍ଷଣ ଦ୍ୱାରା ସେମାନଙ୍କ ବଂଶ ବୃଦ୍ଧି ଘଟିଛି lଆଜି ବିଶ୍ୱ ଘର ଚଟିଆ ଦିବସ ଉପଲକ୍ଷେ ଆଞ୍ଚଳିକ ବିକାଶ ପରିଷଦ ତରଫରୁ କୁକୁଡାଖଣ୍ଡି ବ୍ଲକର ଲାଞ୍ଜିଆ ଗ୍ରାମରେ ବିଶ୍ବ ଘର ଚଟିଆ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଶ୍ରୀ ଅମ୍ଲାନ କୁମାର ନାୟକ ଯୋଗ ଦେଇ କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଓ ଆବଶକ୍ୟତା ବିଷୟରେ ଲୋକଙ୍କୁ ବୁଝାଇ ଥିଲେ l ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଇକୋ କ୍ଲବ କୋ-ଡିନେଟର ଶଙ୍କର ନାରାୟଣ ବେଜ ଓ ସ୍ଥାନୀୟ ସରପଞ୍ଚ ଅନିଲ କୁମାର ଗୌଡ଼ ଯୋଗଦାନ କରିଥିଲେ ।ବନ ଖଣ୍ଡ ଅଧିକାରୀ ଙ୍କ ଉପସ୍ଥିତି ରେ ଲୋକ ମାନଙ୍କୁ କୃତିମ ବାସ, ଖାଦ୍ୟ ସ୍ଥଳୀ ଓ ପକ୍ଷୀ ପଶୁ ଙ୍କ ତୃଷ୍ଣା ନିବାରଣ ନିମନ୍ତେ ପାଣି ପାତ୍ର ବଣ୍ଟନ କରାଯିବା ସଙ୍ଗେ ସଙ୍ଗେ ଲୋକଙ୍କ ଦୁଆର ମୁହଁରେ ସ୍ଥାପନ କରାଯାଇଥିଲା l ଶ୍ରୀ ନାୟକ ଘର ଘର ବୁଲି କୃତିମ ଘର ସ୍ଥାପନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର, ସମ୍ପାଦକ ବିଜେନ୍ଦ୍ର ମାଝୀ,ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା,ପଙ୍କଜ ନାୟକ,ବ୍ରହ୍ମପୁର ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ,ଉପ ସଭାପତି ପ୍ରକାଶ କୁମାର,ଈଷାନେଶ୍ୱର ପାଠାଗାର ସଭାପତି ବନମାଳୀ ପ୍ରଧାନ, ରାକେଶ କୁମାର ବିଷୋୟୀ, ଧର୍ମରାଜ ପାତ୍ର, ସିଲୁ ମହାନ୍ତି, ସରୋଜ କୁମାର ପାତ୍ର ଓ ଲାଞ୍ଜିଆ ଗ୍ରାମବାସୀ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

LEAVE A REPLY

Please enter your comment!
Please enter your name here