ବଡ ମେଡିକାଲ ସିକ୍ୟୁରିଟି କର୍ମଚାରୀ ଙ୍କୁ ଆକ୍ରମଣ ଘଟଣାରେ କର୍ମଚାରୀ ମାନଙ୍କ ଧାରଣା ଓ ପ୍ରତିବାଦ।ଅପରାଧି କୁ ଗିରଫ ପ୍ରତିଶୃତି ପରେ ହଟିଲା ଧାରଣା।

0
366

ବ୍ରହ୍ମପୁର,୨୦/୦୩/୨୦୨୨:ଏମକେସିଜି ମେଡିକାଲ କଲେଜ ରେ ଏକ ଅଭାବନୀୟ ଘଟଣା କ୍ରମେ ଶନିବାର ସନ୍ଧ୍ୟା ରେ କାର୍ଯ୍ୟରତ ଜଣେ ସିକ୍ୟୁରିଟି କର୍ମଚାରୀ ଙ୍କୁ ଅପରେସନ ବ୍ଲେଡ ମାଧ୍ୟମ ରେ ଗଳାକାଟି ହତ୍ୟା ଉଦ୍ୟମ ପ୍ରତିବାଦ ରେ କର୍ମଚାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ସହ ଉତ୍ତେଜନା ପ୍ରକାଶ ପାଇଛି I ଏହାକୁ ନେଇ ମେଡିକାଲ ରେ କାର୍ଯ୍ୟାରତ ସମସ୍ତ ସିକ୍ୟୁରିଟି କର୍ମଚାରୀ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଗତକାଲି ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କୁ ଓଲ୍ହାଇବା ସହିତ ସୁପରିଟେଣ୍ଡେଣ୍ଟ ଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ଧାରଣା ଦେଇଥିଲେ ।ମେଡିକାଲ ତଥା ରୋଗୀ ଙ୍କ ସୁରକ୍ଷା ରେ ନିୟୋଜିତ ସୁରକ୍ଷା କର୍ମୀ ମାନଙ୍କୁ ଏଭଳି ମରଣାତ୍ମକ ଆକ୍ରମଣ କୁ ସଂଘ ତରଫରୁ ଦୃଢ଼ ନିନ୍ଦା କରାଯିବା ସହିତ I ତୁରନ୍ତ ଅପରାଧି ଙ୍କୁ ଗିରଫ ଓ ଆଠ ଦଫା ଦାବୀ କୁ ଉପସ୍ଥାପିତ କରାଯାଇଥିଲା।ଆନ୍ଦୋଳନ ସ୍ଥଳ କୁ ମେଡିକାଲ ପ୍ରସାସନିକ ଅଧିକାରୀ ସୁଦାମ ଚରଣ ମଣ୍ଡଳ ଆସି ବୁଝା ସୁଝା କରିଥିଲେ କିନ୍ତୁ ଅପରାଧି କୁ ତୁରନ୍ତ ଗିରଫ ଦାବିରେ କର୍ମଚାରୀ ମାନେ ଆଡି ବସିଥିଲେ ପରବର୍ତ୍ତୀ ସମୟ ରେ ମେଡିକାଲ ଅଧିକ୍ଷକ ସନ୍ତୋଷ କୁମାର ମିଶ୍ର, ମେଡିକାଲ କଲେଜ ପ୍ରିନ୍ସପାଲ ଅବନୀକାନ୍ତ ମିଶ୍ର,ବ୍ରହ୍ମପୁର ଏସଡିପିଓ,ବି. ଏନ. ପୁର ଥାନା ଅଧିକାରୀ ପ୍ରମୁଖ ପହଞ୍ଚି ସଂଘ ସହ ଆଲୋଚନା କରି ପ୍ରତିଶୃତି ପରେ ଆନ୍ଦୋଳନ ହଟିବା ସହିତ ଅପରାହ୍ନ ରେ ସମସ୍ତ ସିକ୍ୟୁରିଟି କର୍ମଚାରୀ କାର୍ଯ୍ୟରେ ଯୋଗ ଦେଇଥିଲେ I ଦୁଇଦିନ ଭିତରେ ଅପରାଧି କୁ ଗିରଫ କରା ନ ଗଲେ ପୁଣି କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ସଂଘ ତରଫରୁ କୁହାଯାଇଛି I ଉକ୍ତ କାର୍ଯ୍ୟକ୍ରମ ରେ ଆଉଟସୋର୍ସିଂ ରାଜ୍ୟ କର୍ମଚାରୀ ସଂଘ ଆବାହକ ପ୍ରତାପ ପ୍ରଧାନ, ବାବୁଲା ସେଠି, ନରେନ୍ଦ୍ର ଜେନା, ସୁନୀଲ ପାତ୍ର, ପ୍ରଦୀପ କୁମାର ନାୟକ, ନିରଞ୍ଜନ ଦାସ, ରାଜଲକ୍ଷ୍ମୀ ସାହୁ, ନର୍ସିଙ୍ଗ କର୍ମଚାରୀ ସଂଘ ଏବଂ ସମସ୍ତ କର୍ମଚାରୀ ସଂଘ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here