ଭାଲିଆଝୋଳା ଗ୍ରାମସ୍ଥ ହନୁମାନ ବିଗ୍ରହର ରଙ୍ଗୀକରଣ ସହ ବୈଦିକ ଶୁଦ୍ଧିକରଣ କଲେ ସମାଜସେବୀ ମନୋଜ ରଥ ।

0
366

ବ୍ରହ୍ମପୁର , ୨୧/୦୩/୨୦୨୨ : ସାନଖେମୁଣ୍ଡି ବ୍ଲକ୍ ପାଇକ ରାମଚନ୍ଦ୍ରପୁର ପଞ୍ଚାୟତର ଭାଲିଅଝୋଳା ଗ୍ରାମ ପ୍ରବେଶ ରାସ୍ତା ନିକଟରେ ଅବସ୍ଥାପିତ ଜୟ ବଜରଙ୍ଗୀ ବିଗ୍ରହର ପୁନଃ ରଙ୍ଗକରଣ ହୋଇଅଛି । ସାନଖେମୁଣ୍ଡି ଧର୍ମରାୟପୁର ଶାସନର ମୂଳ ବାସିନ୍ଦା ତଥା ଦକ୍ଷିଣ ଓଡ଼ିଶାର ଅବିଭକ୍ତ କୋରାପୁଟ ,ଗଞ୍ଜାମ ଓ ଫୁଲବାଣୀ ଓ ଖୋର୍ଦ୍ଧା ଜିଲ୍ଲାରେ ଜନୈକ ବିଶିଷ୍ଟ ବ୍ୟବସାୟୀ ଭାବରେ ଜଣାଶୁଣା ମନୋଜ କୁମାର ରଥଙ୍କ ସୌଜନ୍ୟରୂ କରାଯାଇଥିବା ଏହି ବିଗ୍ରହ ରଙ୍ଗକରଣ ପରେ ଆଜି ବୈଦିକ ରୀତିରେ ଶୁଦ୍ଧିକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଅଛି । ବିଶିଷ୍ଟ କର୍ମକାଣ୍ଡବିଦ୍ ଶ୍ରୀ ପ୍ରକାଶ ଚନ୍ଦ୍ର ମିଶ୍ରଙ୍କ ତତ୍ବାବଧାନରେ ଆୟୋଜିତ ବୈଦିକ ଶୁଦ୍ଧିକରଣ କାର୍ଯ୍ୟକ୍ରମରେ ବିଚିତ୍ର ରଥ , ଜଗନ୍ନାଥ ପଣ୍ଡା , ଅରୁଣ ରଥ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ସରପଞ୍ଚ ଅଳୟ ଦାସଙ୍କ ସହ ଭଳିଆଝୋଳା ଗ୍ରାମର ୱାଡ଼ସଭ୍ୟ କାପଲ ଗୋପାଳ , ଦେବରାଜ ସେଠୀ , ପୋଦିଲି ମହେନ୍ଦ୍ର ,ପଞ୍ଚାନନ ଗୌଡ଼ , ଶିମାଞ୍ଚଳ ଗୌଡ଼ , ସୌରା ବାଡତ୍ୟା , ସିମାଞ୍ଚଳ ବାଡ଼ତ୍ୟା ପ୍ରମୁଖଙ୍କ ସହ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here