ସହରାଞ୍ଚଳ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ

0
164

ଛତ୍ରପୁର,୨୧/୦୩/୨୦୨୨:
ସହରାଞ୍ଚଳ ନିର୍ବାଚନର ସୁପରିଚାଳନା ଦିଗରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ପ୍ରକାରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥି ସକାଶେ ଆଜି ମଧ୍ୟାହ୍ନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଓସ୍ବାନ୍ ହଲ ଠାରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଜଣାଇଥିଲେଯେ, ଚଳିତ ୨୪ ତାରିଖ ହେବାକୁଥିବା ନିର୍ବାଚନ ଗଞ୍ଜାମ ଜିଲ୍ଲାରେ ସମସ୍ତ ପୌର ପରିଷଦ,ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ବ୍ରହ୍ମପୁର ମହାନଗର ନିଗମରେ ଅନୁଷ୍ଠିତ ହେବ । ନିର୍ବାଚନର ସମସ୍ତ କାର୍ଯ୍ୟ ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହେବ। ସେଥି ସକାଶେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି l ସମସ୍ତ ବୁଥ ଗୁଡିକରେ ପିଇବା ପାଣିର ବ୍ୟବସ୍ଥା କରାଯାଇଛି ଓ ଭିନ୍ନକ୍ଷମ ଭୋଟର ମାନଙ୍କ ନିମନ୍ତେ ହ୍ବଇଲ ଚେୟାର ବ୍ୟବସ୍ଥା କରାଯାଇଛି l ଭୋଟର ମାନଙ୍କର କୌଣସି ଅସୁବିଧା ହେବେ ନାହିଁ ସେଥି ନିମନ୍ତେ ସ୍ବତନ୍ତ୍ର ଧ୍ୟାନ ଦିଆଯାଇ ସମସ୍ତ ବ୍ୟବସ୍ଥା କରାଯାଇଛି l ସମସ୍ତ ପୋଲିଙ୍ଗ ଟିମ ୨୩ ତାରଖ ସନ୍ଧ୍ୟା ସୁଦ୍ଧା ନିଜ ନିଜ ବୁଥରେ ପହଞ୍ଚିବେ। ସେଥି ସକାଶେ ସମସ୍ତ ନିର୍ଦ୍ଧେଶ ପ୍ରଦାନ କରାଯାଇଛି l ସମସ୍ତ ରାଜନୈତିକ ଦଳଙ୍କୁ ୨୨ ତାରିଖ ସନ୍ଧ୍ୟା ୫ ଘଣ୍ଟା ପରେ କୌଣସି ପ୍ରଚାର କାର୍ଯ୍ୟ କରିବେ ନାହିଁ ନିର୍ବାଚନ କମିଶନଙ୍କ ନିର୍ଦେଶାବଳି ମାନିବେ ସେଥି ସକାଶେ କୁହାଯାଇଛି । ନିର୍ବାଚନଟିକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିବା ଦିଗରେ ଜିଲ୍ଲାର ସମସ୍ତ କର୍ମଚାରୀ ଗୋଟିଏ ଟିମ୍ ଭାବେ କାର୍ଯ୍ୟ ସମ୍ପାଦନ କରିବାକୁ ଜିଲ୍ଲାପାଳ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍, ବ୍ରହ୍ମପୁର ଉପ-ଜିଲ୍ଲାପାଳ ଭି.କୀର୍ତ୍ତୀ ଭାସନ, ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇ , ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ,ବିଡ଼ିଏ ସେକ୍ରେଟାରୀ ସମ୍ବିତ କୁମାର ରାଉତ, ସମସ୍ତ ତହସିଲଦାର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ, କାର୍ଯ୍ୟନିର୍ବାହୀ ଅଧିକାରୀ, ପୌର ନିର୍ବାହୀଗଣଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here