ବ୍ରହ୍ମପୁର ବିଜେପି ମେୟର ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର ।

0
326

ବ୍ରହ୍ମପୁର ,୨୧/୦୩/୨୦୨୨:
ଆଜି ତା.୨୧ ମାର୍ଚ୍ଚ ସୋମବାର ଅପରାହ୍ ଚାରିଟା ସମୟରେ ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ଓ୍ୱାର୍ଡ଼ ନଂ ୨୭ ରେ ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ମେୟର ପ୍ରାର୍ଥୀନୀ ଡ଼ଃ.ସବିତା ସୁଆର ପାଣିଗ୍ରାହୀ ଓ ବିଜେପି କର୍ପୋରେଟର ପ୍ରାର୍ଥୀ ନୀଳକଣ୍ଠ ସାହୁ ଗୋଷାଣୀନୂଆଗାଁ ସ୍ଥିତ ଉତ୍ତରେଶ୍ୱର ମନ୍ଦିର ଠାରୁ ଏକ ବିଶାଳ ମୋଟର ସାଇକେଲ୍ ଶୋଭାଯାତ୍ରାରେ ବାହାରି କଦଳୀବାଡ଼ ସାହି,ବଡ଼ ସାହି,ପାଣିଗ୍ରାହୀ ସାହି,ନୂଆ ସାହି,ବୈଦ୍ୟ ସାହି,ଚାରିଡିବା ସାହି,ଢାମଣା ସାହି,ଲକ୍ଷ୍ମୀ ନାରାୟଣ ସାହି,ଆଡ଼ୁଆ ସାହି,କୌତୁକି ନଗର, ପତିତପାବନ ନଗର,ମୟୁରୀ ବିହାର,ଶାଳିଆବନ୍ଧ ସାହି,ଠାକୁରାଣୀ ମନ୍ଦିର ସାହି,କାଳୁଆ ସାହି,ଧୋବା ସାହି,ବଦ୍ରିରାଜ ନଗର ସମେତ ୨୭ ନଂ ଓ୍ୱାର୍ଡ଼ ଅନ୍ତର୍ଗତ ସମସ୍ତ ସାହି ପରିକ୍ରମା କରି ନିର୍ବାଚନୀ ପ୍ରଚାର କରିଥିଲେ । ଏହି ନିର୍ବାଚନୀ ପ୍ରଚାର ଶୋଭାଯାତ୍ରାରେ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା,ରାଜ୍ୟ ଉପସଭାପତି ତଥା ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର,ବରିଷ୍ଠ ନେତା ତଥା ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ କାହ୍ନୁ ଚ଼ରଣ ପତି,ରାଜ୍ୟ କାର୍ଯ୍ୟକାରିଣୀ ସଦଶ୍ୟ ସରୋଜ ସାବତ,ସୁନିଲ କୁମାର ସାହୁ ପ୍ରମୁଖ ନେତାଙ୍କ ସମେତ ଶତାଧିକ ବିଜେପି କାର୍ଯକର୍ତ୍ତା ଏବଂ ଏହି ଓ୍ୱାର୍ଡ଼ ର ବହୁ ଜନସାଧାରଣ ସାମିଲ୍ ହେଇଥିଲେ । ଏହା ସହ ମେୟର ଏବଂ କର୍ପୋରେଟର ପ୍ରାର୍ଥୀ ଉଭୟଙ୍କ ପ୍ରତି ଏହି ଅଞ୍ଚଳରେ ପ୍ରବଳ ଜନସମର୍ଥନ ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here