ନିର୍ଦୋଷ ରେ ଖଲାସ ଗଞ୍ଜେଇ ବେପାରୀ

0
190

ବ୍ରହ୍ମପୁର,୨୨/୦୩/୨୦୨୨:ଗଞ୍ଜେଇ ଚାଲାଣ ବେଳେ ଗିରଫ ହୋଇଥିବା ୨ ଜଣ ଯୁବକଙ୍କୁ ଆଜି ନିର୍ଦଶ ରେ ଖଲାସ କରିଛନ୍ତି କୋର୍ଟ। ୮୨ କିଲୋ ଗଞ୍ଜେଇ ଏକ କାର ଯୋଗେ ଚାଲାଣ କରୁଥିବା ବେଳେ ଅବକାରୀ ବିଭାଗ ହାବୁଡ଼ରେ ପଡ଼ିଥିଲେ ଦୁଇ ଯୁବକ। ସୂଚନା ଅନୁଯାୟୀ ଗତ ୨୦୧୮ ମସିହା ଜୁଲାଇ ୭ ତାରିଖ ରେ ବ୍ରହ୍ମପୁର ଖୋଡାସିଙ୍ଗି ନିକଟ ଏକ ପେଟ୍ରୋଲ ପମ୍ପ ପାଖରେ କାର ଯୋଗେ କଲିକତା କୁ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଦୁଇ ଜଣ ଗଞ୍ଜେଇ ଚାଲାଣ କାରୀକୁ ଗିରଫ କରିଥିଲା ଅବକାରୀ ବିଭାଗ। ତେବେ ଏହି ମାମଲାରେ ଆଜି ତୃତୀୟ ଜିଲ୍ଲା ଏବଂ ସ୍ୱତନ୍ତ୍ର ଜଜ ଶ୍ରୀମତୀ ଅଳ୍ପନା ସ୍ୱାଇଁ ଙ୍କ ଅଦାଲତରେ ନିର୍ଦୋଷ ରେ ଖଲାସ ହୋଇଛନ୍ତି । ମୁଦୁଲାଙ୍କ ପକ୍ଷରୁ ଓକିଲ ମନୋଜ ମହାପାତ୍ର, କୁନାଲ ସାହୁ, ଇପ୍ସିତା ଷଡଙ୍ଗୀ, ଶଙ୍କର ସାହୁ ମକଦ୍ଦମା ପରିଚାଳନା କରୁଥିଲେ।

LEAVE A REPLY

Please enter your comment!
Please enter your name here