ରିଙ୍କି ନାହାକ ସାନଖେମୁଣ୍ଡି ଓ ମନୋଜ କୁମାର ସାହୁ ଧରାକୋଟ ଉପାଧ୍ୟକ୍ଷ ନିର୍ବାଚିତ ।

0
745

ବ୍ରହ୍ମପୁର ,୨୩/୦୩/୨୦୨୨:ସଦ୍ୟ ସମାପ୍ତ ହୋଇଥିବା ପଂଚାୟତ ସମିତି ଉପାଧ୍ୟକ୍ଷ ନିର୍ବାଚନରେ ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀର ଉଭୟ ଧରାକୋଟ ଏବଂ ସାନଖେମୁଣ୍ଡି ବ୍ଲକ୍ ଉପାଧ୍ୟକ୍ଷ ପଦବୀ ପୁଣି ବିଜେଡି ସପକ୍ଷରେ ଯାଇଥିବା ଜଣାଯାଇଛି । ବରଡ଼ାବିଲି ପଞ୍ଚାୟତର ସମିତିସଭ୍ୟ ଭାବରେ ନିର୍ବାଚିତ ହୋଇଥିବା ମନୋଜ କୁମାର ସାହୁ ଧରାକୋଟ ସମିତିର ଉପାଧ୍ୟକ୍ଷ ଭାବରେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ସେହିପରି ସାନଖେମୁଣ୍ଡି ବ୍ଲକ୍ ଉପାଧ୍ୟକ୍ଷ ଭାବେ କଙ୍କୋରଡ଼ା ପଞ୍ଚାୟତର ନିର୍ବାଚିତ ସମିତି ସଭ୍ୟା ଶ୍ରୀମତୀ ରିଙ୍କି ନାହାକ ବିନା ପ୍ରତିଦ୍ବନ୍ଦିତାରେ ନିର୍ବାଚିତ ହୋଇଛନ୍ତି । ଉଭୟ ବ୍ଲକରେ ଶାସକଦଳ ବିଜେଡି ସମିତି ଦଖଲରେ ଅଞ୍ଚଳ ବିଜେଡି ସମର୍ଥକଙ୍କ ମନୋବଳ ବୃଦ୍ଧି ଘଟିଥିବା ବେଳେ କର୍ମୀ ମନରେ ଉତ୍ସାହ ଭରିଅଛି । ଏହି ପରିପ୍ରେକ୍ଷୀରେ ବ୍ଲକ୍ ସଭାପତି ନୀଳମାଧବ ରାଉତ , ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର ,ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ପାତ୍ର , ଗୋବିନ୍ଦ ଚନ୍ଦ୍ର ସ୍ବାଇଁ , ସୁବାସ ମହାପାତ୍ର , ଶଙ୍କର୍ଷଣ ସ୍ବାଇଁ , ଅମିନ ପ୍ରଧାନ , ବିଜୟ ପ୍ରଧାନ ପ୍ରମୁଖଙ୍କ ସହ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ସାନଖେମୁଣ୍ଡି ବ୍ଲକରେ ଉପସ୍ଥିତ ରହି ନବ ଉପାଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧିତ । ନିର୍ବାଚନ ମଣ୍ଡଳୀ ଜନସାଧାରଣଙ୍କ ବିଜେଡି ପ୍ରତି ଅତୁଟ ଆସ୍ଥା ପ୍ରକଟ କରିଥିବାରୁ କୃତଜ୍ଞତା ଜ୍ଞାପନ କରିବା ସହ ଆସନ୍ତା ଦିନର ଅଞ୍ଚଳ ବିକାଶରେ ଜନସାଧାରଣଙ୍କ ନିକଟରେ ପହଞ୍ଚି ସରକାରୀ ଯୋଜନାର ସୁପରିଚାଳନା ପାଇଁ ସହଯୋଗ କାମନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here