କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି, ମାର୍ଚ୍ଚ ୩୧ ରୁ ହଟିବ ସମସ୍ତ କୋଭିଡ କଟକଣା

0
285

ନୂଆଦିଲ୍ଲୀ,୨୩/୦୩/୨୦୨୨:
୨ ବର୍ଷ ପରେ ହଟିବ କରୋନାର ସମସ୍ତ କଟକଣା ।ସଂକ୍ରମଣ ହ୍ରାସ ପାଉଥିବାରୁ ମାର୍ଚ୍ଚ ୩୧ରୁ ମହାମାରୀ ଆଇନ ହଟାଇବା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ନେଇଛନ୍ତି ।ଦୁଇ ବର୍ଷ ପରେ ହଟିବ ସମସ୍ତ ମହାମାରୀ କୋଭିଡ କଟକଣା ର ଆଇନ୍ । କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବା ପରେ ଦୁଇ ବର୍ଷ ତଳେ କେନ୍ଦ୍ର ସରକାର ଲଗାଇଥିବା ସମସ୍ତ କୋଭିଡ୍ କଟକଣାକୁ ଆସନ୍ତା ମାର୍ଚ୍ଚ ୩୧ ତାରିଖରୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି । ସଂକ୍ରମଣ ହ୍ରାସ ପାଇଥିବାରୁ କେନ୍ଦ୍ର ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି । ୨୦୨୦ ମସିହା, ମାର୍ଚ୍ଚ ୨୪ ତାରିଖରେ ଡିଜାଷ୍ଟର ମ୍ୟାନେଜମେଂଟ ଆକ୍ଟ-୨୦୦୫ ଆଧାରରେ ପ୍ରଥମଥର ଲାଗି ମହାମାରୀ ଆଇନ୍ ଲାଗୁ କରିଥିଲେ କେନ୍ଦ୍ର ସରକାର ।ପରବର୍ତ୍ତୀ ସମୟରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହି ଆଇନରେ କିଛି ପରିବର୍ତ୍ତନ କରାଯାଇଥିଲା । ତେବେ ଏହି ଆଇନ୍ ଚଳିତ ମାସ ଶେଷରେ ହଟିବ ବୋଲି କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି । ଏ ନେଇ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ସେ ଉଲ୍ଲେଖ କରିଛନ୍ତି, ୨୪ ମାସ ଧରି ମହାମାରୀକୁ ଚିହ୍ନଟ କରିବା ଏବଂ ଏହାର ଉପଚାର ପାଇଁ ସରକାର ଅନେକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଉଠାଇଛନ୍ତି, ଯେପରି ଟିକାକରଣ, ହସ୍ପିଟାଲର ଭିତିଭୂମି ବିକାଶ ଉପରେ ଗୁରତ୍ୱ ଦିଆଯାଇଥିଲା ।ଏବେ ଜନସାଧାରଣ କୋଭିଡର ମୁକାବିଲା ପାଇଁ ସଚେତନ ହୋଇସାରିଛନ୍ତି । ଗତ ସାତ ସପ୍ତାହ ଧରି ନୂଆ ମାମଲାରେ ଖୁବ୍ ହ୍ରାସ ପାଇଛି । ମାର୍ଚ୍ଚ ୨୨ ତାରିଖ ସୁଦ୍ଧା ଦେଶରେ ୨୩,୯୧୩ ଜଣ କୋଭିଡ୍-୧୯ ଚିକିତ୍ସାଧୀନ ଅଛନ୍ତି ଏବଂ ସଂକ୍ରମଣ ହାର ୦.୨୮ ପ୍ରତିଶତ ରହିଛି । ସେହିପରି ଏପର୍ଯ୍ୟନ୍ତ ସମଗ୍ର ଦେଶରେ ୧୮୧ କୋଟି ୫୬ ଲକ୍ଷ ଟିକାକରଣ କରାଯାଇଛି । ତେବେ କଟକଣା ହଟିଲେ ବି ମୁହଁରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର ।

LEAVE A REPLY

Please enter your comment!
Please enter your name here