ପାତ୍ରପୁର ବ୍ଲକ ଉପାଧ୍ୟକ୍ଷ ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହେଲେ ଅନାଦି ପଣ୍ଡିତ

0
490

ବ୍ରହ୍ମପୁର , ୨୩/୦୩/୨୦୨୨ : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକର ଉପାଧ୍ୟକ୍ଷ ଭାବରେ ଶ୍ରୀ ଅନାଦି ଚରଣ ପଣ୍ଡିତ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ପାତ୍ରପୁର ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଭାବେ ଅନାଦି ନିର୍ବାଚିତ ହୋଇଥିଲେ ଦୀର୍ଘବର୍ଷ ପରେ ବ୍ଲକ୍ ଅଧ୍ୟକ୍ଷା ପଦବୀ ଚଳିତ ଥର ବିଜେପି ଅକ୍ତିଆରକୁ ଆସିଥିଲା । ଜିଲ୍ଲାର ଏକମାତ୍ର ବ୍ଲକରେ ୨୨ ବର୍ଷ ପରେ ବିଜେଡି ଗଡ ଭାଙ୍ଗି ବିଜେପି ପାତ୍ରପୁର ଦାଖଲ କରିଥିବା ବେଳେ ଆଜି ଉପାଧ୍ୟକ୍ଷ ନିର୍ବାଚନରେ ସମସ୍ତ ବିଜେପି ସମର୍ଥିତ ବିଜୟୀ ୧୪ ଜଣ ସମିତି ସଭ୍ୟ ବ୍ଳକରେ ପହଞ୍ଚିଥିଲେ । ଉପାଧ୍ୟକ୍ଷ ଭାବରେ ଶ୍ରୀ ଅନାଦି ଚରଣ ପଣ୍ଡିତ ନାମାକଂନ ଭରିଥିବା ବେଳେ ବିଜେଡ଼ି ପକ୍ଷରୁ କୌଣସି ନାମାକଂନ ଦାଖଲ କରାଯାଇନଥିଲା । ଅତଏବ ସରକାରୀ ଭାବେ ଅନାଦିଙ୍କୁ ଉପାଧ୍ୟକ୍ଷ ଭାବେ ଘୋଷଣା କରାଯାଥିଲା । ବିଜୟୀ ଘୋଷିତ ପରେ ସମର୍ଥକଙ୍କ ନିରାଡମ୍ବର ପଟୁଆରରେ ପାତ୍ରପୁର ଗ୍ରାମ ପରିକ୍ରମା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here