ବୃଦ୍ଧଙ୍କ ଭାଗବତ ମଣ୍ଡଳ ଉପସ୍ଥିତିର ସୁଯୋଗନେଇ ଘରେ କଲାକନା ବୁଲାଇଲେ ଲୁଟେରା ।

0
241

ବ୍ରହ୍ମପୁର , ୨୩/୦୩/୨୦୨୨: ଗଞ୍ଜାମ ଜିଲ୍ଲା ପୋଲିସ ପାଟପୁର ଥାନା ଅଞ୍ଚଳ ଜିଉରା ପଞ୍ଚାୟତର ସମ୍ପଦା ରଘୁନାଥପୁର ଗ୍ରାମରେ ଏକୁଟିଆ ରହୁଥିବା ଜନୈକ ବୃଦ୍ଧଙ୍କ ଭାଗବତ ମଣ୍ଡଳୀରେ ଯୋଗଦାନ ଅବଧିର ସଦୁପଯୋଗ କରି ଲୁଟେରା ଗୋଷ୍ଠୀ ଘରକୁ କଳକନା ବୁଲେଇଥିବା ସୂଚନା ମିଳିଛି । ମଙ୍ଗଳବାର ରାତ୍ରୀରେ ଘଟିଥିବା ଏହି ଘଟଣାରେ ଦୂର୍ବୁତ୍ତମାନେ ବୃଦ୍ଧାଙ୍କ ଘରେ ଥିବା ନିଜ ସମ୍ପର୍କୀୟଙ୍କ ବିପୁଳ ପରିମାଣର ସୁନା ରୂପା ଅଳଂକାର ସହ ଧାନ ବିକ୍ରିରୁ ରଖିଥିବା ୪୫ ହଜାରରୁ ଅଧିକ ଟଙ୍କା ଲୁଟି ନେଇଥିବା ଆଜି ପାଟପୁର ଥାନାରେ ଅଭିଯୋଗ ହୋଇଅଛି । ସୂଚନା କ୍ରମେ ପାଟପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରିବା ସହିତ ଘଟଣାରେ ସାଇଣ୍ଟଫିକ ତଦନ୍ତ ପାଇଁ ସହାୟତା ଲୋଡ଼ିଥିବା ସୂଚନା ରହିଅଛି । ମିଳିଥିବା ସୂଚନା ପ୍ରକାରେ ସଂପଦା ରଘୁନାଥପୁର ନିବାସୀ ବୃଦ୍ଧ ଖତିଆ ପାଣିଗ୍ରାହୀଙ୍କ ପରିବାର ବାହାରେ ରହୁଥିବା କାରଣରୁ ନିଜ ଜମିଜbମା ଏବଂ ଘରର ରକ୍ଷଣାବେକ୍ଷଣ ପାଇଁ ଜନ୍ମସ୍ଥାନରେ ରହିଥାନ୍ତି । ନିଜେ ଜଣେ ଭାଗବତ ପ୍ରେମୀ ହୋଇଥିବାରୁ ଗାଁ ରେ ଥିବା ଭାଗବତ ମଣ୍ଡଳୀରେ ନିୟମିତ ଅଂଶଗ୍ରହଣ କରିଥାନ୍ତି । ଗତକାଲି ମଙ୍ଗଳବାର ସଂଧ୍ୟାରେ ମଣ୍ଡଳୀରେ ଯୋଗଦେବାକୁ ଯାଇ ବିଳମ୍ବିତ ରାତ୍ରରେ ଘରକୁ ଫେରି ଦୁଆର ଭଙ୍ଗାଯାଇଥିବା ଏବଂ ଆଲମାରୀ ଖୋଲାଯାଇଥିବା ସହ ଜିନିଷ ଇତଃସ୍ତତ ପଡ଼ିଥିବା ଦେଖି ଅବାକ୍ ହୋଇଥିଲେ । ସାହି ଲୋକଙ୍କୁ ସୂଚନା କ୍ରମରେ ସମସ୍ତେ ଏକାଠି ହୋଇ ଘରେ ଚୋରି ହୋଇଥିବା ଜାଣି ଆଜି ବୁଧବାର ସକାଳେ ପାଟପୁର ଥାନାରେ ଅଭିଯୋଗ କରିଥିଲେ । ବୃଦ୍ଧଙ୍କ ଅଭିଯୋଗ ପ୍ରକାରେ ତାଙ୍କର ଆଳମିରାରେ ଥିବା ସୁନାର ଝୁମ୍ପି , କାନଫୁଲ , ହାତ ମୁଦି ,କାନଝିକା , ପତିରି ମାଳି ଏବଂ ଖାସୁ ମାଳି ସହିତ ବିପୁଳ ରୂପା ଅଳଙ୍କାରକୁ ଦୁର୍ବୃତ୍ତ ଲୁଟିନେବା ସହ ୪୫,୦୦୦ରୁ ଉର୍ଦ୍ଧ ଟଙ୍କା ଲୁଟି ନେଇଥିବା ଅଭିଯୋଗ କରିଛନ୍ତି । ପାଟପୁର ପୋଲିସ ଘଟଣାର ଦିଗକୁ ନେଇ ତଦନ୍ତ ପ୍ରକ୍ରିୟାରେ ଥିବା ଥାନା ପକ୍ଷରୁ ସୂଚନା ରହିଅଛି ।

LEAVE A REPLY

Please enter your comment!
Please enter your name here