ରଙ୍ଗେଇଲୁଣ୍ଡା ବ୍ଲକ ଉପାଧ୍ୟକ୍ଷା ହେଲେ ଅନିତା ମହାଙ୍କୁଡ

0
381

ରଙ୍ଗେଇଲୁଣ୍ଡା,୨୩/୦୩/୨୦୨୨:
ରଙ୍ଗେଇଲୁଣ୍ଡା ବ୍ଲକ୍ ବିଜେଡ଼ି ପକ୍ଷରୁ ପୁଣି ଥରେ ବିନା ପ୍ରତିଦ୍ବନ୍ଦ୍ବିତା ରେ ଉପାଧ୍ୟକ୍ଷା ପଦ ଦଖଲ କଲେ ଲୁହାଝର ପଞ୍ଚାୟତ ସମିତି ସଭ୍ୟା ଅନିତା ମହାଙ୍କୁଡ। ଏହି ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ଙ୍କୁ ବିପୁଳ ଜନସମର୍ଥନ ମିଳିଛି।ଏହି ବିଜୟ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଇତିହାସ। ଏହି ବିଜୟ ପାଇଁ ଶ୍ରେୟ ଯାଉଛି ଓଏସଡି ଗୋପବନ୍ଧୁ ଦାସଙ୍କ ଆଡ଼କୁ। ପଞ୍ଚାୟତ ନିର୍ବାଚନ ପରେ ୩୦ଜଣ ସମିତି ସଭ୍ୟ ଗୋପାଳପୁର ଯାଇ ଏକ ହୋଟେଲରେ ରାତ୍ରୀ ଯାପନ କରିଥିଲେ ସେଠାରେ ଉପସ୍ଥିତ ଥିବା ସମିତି ସଭ୍ୟ/ ସଭ୍ୟା ଉପାଧକ୍ଷା ପଦ ପାଇଁ ଅନେକେ ଲବି ଥିଲେ ମଧ୍ୟ ରାଜନୈତିକ ସଚିବ ଗୋପବନ୍ଧୁ ଦାସଙ୍କ ଉପସ୍ଥିତି ରେ ପ୍ରାର୍ଥୀ ମାନଙ୍କ ସହ ଆଲୋଚନା କରିପ୍ରାର୍ଥୀ ଚୟନ କରି ଥିବା ଜଣାପଡିଛି। ଯେଁଉ ମାନେ ଆଶାୟୀ ପ୍ରାର୍ଥୀ ରହିଥିଲେ ସେମାନଙ୍କୁ ଭୁବନେଶ୍ବର ଡାକରା କରାଯାଇଛି। ଅସନ୍ତୁଷ୍ଟ ମାନଙ୍କୁ ମନାଇବା ପାଇଁ ବ୍ଲକର କୌଣସି ଗୁରୁଦାୟିତ୍ବ ପଦ ପଦବୀ ଦେବା ପାଇଁ ଉଦ୍ୟମ କରୁଥିବା ଜଣାପଡିଛି। ୩୦ଜଣ ଙ୍କୁ ନେଇ ବ୍ଲକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ନିର୍ବାଚନ ଅଧିକାରୀ ଙ୍କ ନିକଟରେ ଫେରାଦ ହୋଇ ବ୍ଲକ ଉପାଧ୍ୟକ୍ଷା ଭାବେ ଅପ୍ରତୀଦ୍ୱନ୍ଦି ଭାବେ ନିର୍ବାଚିତ ହୋଇଛନ୍ତି ଅନିତା ମହାଙ୍କୁଡ । ଏହି ନିର୍ବାଚନରେ ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିବା ଅନିତା ନୂତନ ଭାବେ ଅପ୍ରତୀଦ୍ଵନ୍ଦୀ ଭାବେ ନିର୍ବାଚିତ ହୋଇଥିବା ଉପାଧ୍ୟକ୍ଷା ଶ୍ରୀମତୀ ଅନିତା ନିଜ ବକ୍ତବ୍ୟରେ କହିଥିଲେ ଯେ, ଆସନ୍ତା ପାଞ୍ଚ ବର୍ଷ ପାଇଁ ବ୍ଲକ ଅଞ୍ଚଳର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ସାମିଲ ହେବା ସହ ଉନ୍ନତି ମୂଳକ କାର୍ଯ୍ୟ ହାତକୁ ନେବା ଲାଗି ପ୍ରତିଶୃତି ଦେଇଥିଲେ। ମୂଖ୍ୟମନ୍ତ୍ରୀ ଙ୍କ ସ୍ୱଛଶାସନ ର ଏହି ବିଜୟ। ଏହି ବିଜୟ ଶୋଭାଯାତ୍ରା ରେ ଶତାଧିକ ସମର୍ଥକ ଯୋଗ ଦେଇଥିଲେ। ବିନା ପ୍ରତିଦ୍ବନ୍ଦ୍ବିତା କରିଥିବା ଯୋଗୁଁ ଲୁହାଝର ପଞ୍ଚାୟତର ସମସ୍ତ ଜନସାଧାରଣ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ସମସ୍ତ ଙ୍କ ସହଯୋଗରେ କାର୍ଯ୍ୟ ନିର୍ବାହ କରିବି ବୋଲି କହିଛନ୍ତି।ଅନ୍ୟ ମାନଙ୍କ ମଧ୍ୟରେ ସି.ଏଚ. ଭରତ, ବ୍ଲକ ଅଧ୍ୟକ୍ଷା ସିଏଚ.ଉଷାରାଣୀ,ବ୍ଲକ ଯୁବ ବିଜେଡ଼ି ସମ୍ପାଦକ ବିନୋଦ ମହାଙ୍କୁଡ, ସିଏଚ.ନରେଶ,ବ୍ଲକ ଉପସଭାପତି ପ୍ରକାଶ ସାମନ୍ତ ବ୍ଲକ ବିଜେଡ଼ି ସଭାପତି ଅଜିତ ଦାସ, ନବ ନିର୍ବାଚିତ ୫୪ନଂ ଜିଲ୍ଲା ପରିଷଦ ସଭ୍ୟ ଦୀପକ ସାମନ୍ତ, ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର କୋଠିଆ, ଦଣ୍ଡ ସାହୁ, ବ୍ଲକ କୋଷାଧ୍ୟକ୍ଷ ନୀଳମାଧବ ପାତ୍ର, ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ଚାନ୍ଦପୁର ପଞ୍ଚାୟତର ସମିତି ସଭ୍ୟା ପ୍ରିୟଙ୍କା ଦଳେଇ, ସାତକୁଟୁଣି ସମିତି ସଭ୍ୟ ବିଭୂତି ଭୂଷଣ ଲେଙ୍କା, ହଳଦିଆପଦର ସମିତି ସଭ୍ୟ କେ.ପ୍ରବୀଣ କୁମାର ବରିଷ୍ଠ ନେତା ବାଲ୍ୟରାମ ଦଳେଇ,ଅଭୟ ସାହୁ ନବ ନିର୍ବାଚିତ ସମିତି ସଭ୍ୟ ମାନେ, ଓ ସମର୍ଥକ ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here