ସୌମ୍ୟ ପ୍ରତାପ ନାୟକ ଙ୍କ ଗ୍ଲୋବାଲ ଟାଇକୋଣ୍ଡୋ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ ହାସଲ

0
179

ରଙ୍ଗେଇଲୁଣ୍ଡା,୨୩/୦୩/୨୦୨୨:
ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ସ୍ଥାନୀୟ କନିସି ହାଟ ନିବାସୀ ଜିତେନ୍ଦ୍ର ନାୟକ ଏବଂ ସୁଦଷ୍ଣl ନାୟକ ଙ୍କ ଏକ ମାତ୍ର ପୁତ୍ର ସୌମ୍ୟ ପ୍ରତାପ ନାୟକ ପ୍ରଥମ ଗ୍ଲୋବାଲ ଟାଇକୋଣ୍ଡୋ ଭର୍ଚୁଆଲ ଅନ୍ତର୍ଜାତୀୟ ପୁମାସ ପ୍ରତିଯୋଗିତା ୨୦୨୧ ର କ୍ୟାଡଟ (୧୨ ରୁ ୧୪ବର୍ଷ )ରେ ସ୍ବର୍ଣ୍ଣପଦକ ହାସଲ କରି ନିଜ ପରିବାର ଓ ଅଞ୍ଚଳ ପାଇଁ ସୁନାମ ଆଣି ଦେଇଛନ୍ତି।ଏଠାରେ ସୂଚନା ଯୋଗ୍ୟ ଯେ, ସୌମ୍ୟ ସ୍ଥାନୀୟ ଗୋଶାଣୀନୂଆଗାଁ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଅଷ୍ଟମ ଶ୍ରେଣୀ ରେ ଅଧ୍ୟୟନ କରିବା ସହ ସେ ରାଜ୍ୟ ସ୍ତରୀୟ, ଜାତୀୟ ସ୍ତରରେ ମଧ୍ୟ ବହୁ ପଦକ ହାସଲ କରିବା ସହ ଜଣେ ମେଧାବୀ ଛାତ୍ର ଅଟନ୍ତି।ବର୍ତ୍ତମାନ ସେ ବ୍ରହ୍ମପୁର ସ୍ଥିତ ଜାଗୁଆର ଟାଇକୋଣ୍ଡ ଆତ୍ମସୁରକ୍ଷା କେନ୍ଦ୍ର ର ପ୍ରଶିକ୍ଷକ ଶ୍ରୀ ଚନ୍ଦନ ପାଢ଼ୀ ଙ୍କ ଠାରୁ ପ୍ରଶିକ୍ଷଣ ନେଉଛନ୍ତି।ସୌମ୍ୟ ଙ୍କ ଏହି ସଫଳତା ରେ ଅଞ୍ଚଳ ବାସୀ ତାଙ୍କୁ ସାଧୁବାଦ ଜଣାଇବା ସହ ଆହୁରି କଠିନ ପରିଶ୍ରମ କରି ରାଜ୍ୟ ତଥା ଦେଶ ପାଇଁ ସୁନାମ ଆଣିବେ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here