ଏ ଆଇ ଟି ୟୁ ସି ସହବନ୍ଧିତ ସଂଗଠନ ପକ୍ଷରୁ ଶୋଭାଯାତ୍ରା ଏବଂ ବନ୍ଦ ।

0
153

ବ୍ରହ୍ମପୁର, ୨୮/୦୩/୨୦୨୨ (ଟୁକୁନା ପ୍ରଧାନ)-: ଚୁକ୍ତି ଭିତ୍ତିକ ଠିକା କର୍ମଚାରୀ ଓ ସ୍କିମ ଶ୍ରମିକଙ୍କୁ ସ୍ଥାୟୀ କରିବା, ଜାତୀୟ ପେନସନ ଯୋଜନା ବାତିଲ କରି ପୁରୁଣା ପେନସନ ଯୋଜନା ଲାଗୁ କରିବା, ୪ ଟି ଶ୍ରମ କୋଡ଼ ଓ ଅତ୍ୟାବଶ୍ୟକ ପ୍ରତିରକ୍ଷା ସେବା ଆଇନ ବାତିଲ, ଘରୋଇକରଣ ବନ୍ଦ ସହ ମୁଦ୍ରାକରଣ ନାମରେ ଜାତୀୟ ସଂପତ୍ତି ବିକ୍ରି ବନ୍ଦ କରିବା, ସର୍ବନିମ୍ନ ମାସିକ ଭତ୍ତା ୨୬୦୦୦ ଟଙ୍କା ଅଣଆନୁଷ୍ଠାନିକ କ୍ଷେତ୍ରକୁ ସାର୍ବଜନୀନ ସାମାଜିକ ସୁରକ୍ଷା ପ୍ରଦାନ କରିବା ଓ ଦରଦାମ ବୃଦ୍ଧି ବନ୍ଦ ସହ ବେକାର ନିଯୁକ୍ତି ଆଦି ୧୨ ଦଫା ଦାବି ରେ ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ଏ ଆଇ ଟି ୟୁ ସି ସହବନ୍ଧିତ ସଂଗଠନ ପକ୍ଷରୁ ଏକ ଶୋଭାଯାତ୍ରା କରାଯାଇ ବିକ୍ଷୋଭ ସମାବେଶ କରାଯାଇଥିଲା ଓ ବନ୍ଦ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତ କୃଷକ ସଭା ବ୍ଲକ ସଭାପତି ସତ୍ୟବାଦୀ ସ୍ୱାଇଁ, ନାରାୟଣ ସେଠୀ,ଲକ୍ଷ୍ମଣ ସ୍ୱାଇଁ ଙ୍କ ସମେତ ଅଙ୍ଗନବାଡି ସଂଘ ଓ ଅନ୍ୟାନ୍ୟ ସଂଘର ସଦସ୍ୟ ମାନେ ପ୍ରମୂଖ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here