ବ୍ରହ୍ମପୁର ମଣ୍ଡଳ କାରାଗାରରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ସହୀଦ ଦିବସ ପାଳିତ

0
175

ବ୍ରହ୍ମପୁର,୨୯/୦୩/୨୦୨୨:
ଶହୀଦ ଲକ୍ଷ୍ମଣ ନାୟକଙ୍କ ୮୦ ତମ ସହୀଦ ଦିବସ ପାଳନ ଅବସରରେ ଆଜି ଜ଼ିଲ୍ଲା ସ୍ତରୀୟରେ ପାଳିତ ହୋଇଯାଇଛି I ବ୍ରହ୍ମପୁର ମଣ୍ଡଳ କାରାଗାର ପରିସରରେ ରହିଥିବା ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ସ୍ମୁତି ମନ୍ଦିର ଏବଂ କାରାଗାର ପରିସରରେ ଥିବା ସହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇ ବୀର ସହୀଦଙ୍କ ସ୍ମୃତି ଚାରଣ କରାଯାଇଥିଲା l ଏହି ଜିଲ୍ଲାସ୍ତରୀୟ ଉତ୍ସବରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥିଭାବେ ଏବଂ ବ୍ରହ୍ମପୁର ଉପ-ଜିଲ୍ଲାପାଳ ୱି.କୀର୍ତ୍ତୀ ୱାସନ ସମ୍ମାନିତ ଅତିଥିଭାବେ ଯୋଗଦାନ କରି ସ୍ୱାଧୀନତା ସଂଗ୍ରାମର ଇତିହାସରେ ଲକ୍ଷ୍ମଣ ନାୟକ ଅସୀମ ତ୍ୟାଗ ଓ ଦେଶ ଭକ୍ତ ସ୍ଵର୍ଣ୍ଣମୟରେ ସଦା ସର୍ବଦା ଲିପିବଦ୍ଧ ହୋଇ ରହିବ ବୋଲି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ମତବ୍ୟକ୍ତ କରିଥିଲେ l ମିଥ୍ୟା ଆରୋପରେ ଲକ୍ଷ୍ମଣ ନାୟକଙ୍କୁ ଫାଶୀ ଦେବାପାଇଁ ୧୯୪୨ ମସିହା ନଭେମ୍ବର ୧୬ତାରିଖରେ ବ୍ରହ୍ମପୁର ଜେଲକୁ ସ୍ଥାନାତ କରାଗଲା l ୧୯୪୩ ମାର୍ଚ୍ଚ ୨୯ ଭୋର ପାଞ୍ଚଟା ସମୟରେ ମାତ୍ର ୪୩ ବର୍ଷ ବୟସରେ ବ୍ରହ୍ମପୁର ଜେଲରେ ଫାଶୀ ପାଇଥିଲେ I ଫାଶୀ ପୂର୍ବରୁ ନିଜର ଇଚ୍ଛା ପ୍ରକାଶ କରି ଲକ୍ଷ୍ମଣ ନାୟକ କହିଥିଲେ ” ସୂର୍ଯ୍ୟ ଯଦି ସତ୍ୟ ହୋଇଥାଏ, ଚନ୍ଦ୍ର ଯଦି ସତ୍ୟ ହୋଇଥାଏ, ତେବେ ଭାରତମାତା ଯେ ସ୍ୱାଧୀନ ହେବ ତାହା ସେହିପରି ସତ୍ୟ ହେବ ” ଲକ୍ଷ୍ମଣ ନାୟକଙ୍କ ଶେଷ ବାଣୀ ସତ୍ୟ ହେଲା l ବର୍ବର ଫିରଙ୍ଗୀ ହାତରୁ ଭାରତ ମାଆ ସ୍ୱାଧୀନ ହେଲା ।ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ପ୍ରତ୍ୟେକ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି ଅବସରରେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କାରାଗାର ଅନ୍ତେବାସୀଙ୍କ ସକାଶେ ସେଣ୍ଟ୍ରାଲ ହଲ ଠାରେ ଥିବା ଶବ୍ଦ ଓ ପ୍ରଚାର ଯନ୍ତ୍ରକୁ ଶୁଭ ଉଦଘାଟନ କରିଥିଲେ ।ଏହି ଶବ୍ଦ ଓ ପ୍ରଚାର ଯନ୍ତ୍ର ଦ୍ୱାରା ଅନ୍ତେବାସୀଙ୍କୁ ଭଜନ ଶୁଣିବା ସହିତ ସେମାନଙ୍କୁ ସମସ୍ତ ପ୍ରକାର ସୂଚନା ପହଞ୍ଚିପାରିଵା ସହଜ ହେବ ବୋଲି ମଣ୍ଡଳ କାରାଗାର ବରିଷ୍ଠ ଅଧିକ୍ଷକ ଗରିବ ସାହୁ ଅବଗତ କରାଇଥିଲେ l ଜେଲର ସତ୍ୟନାରାୟଣ ବେହେରା,ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ ଓ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଗଣ,ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗର ବରିଷ୍ଠ କର୍ମଚାରୀ ଲୋକନାଥ ଶତପଥୀ ଓ ଜେଲ ର ସମସ୍ତ କର୍ମଚାରୀ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା l

LEAVE A REPLY

Please enter your comment!
Please enter your name here