ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ବାଲୁକା ଶିଳ୍ପୀ ସତ୍ୟନରାୟଣ ମହାରଣାଙ୍କ ଚକଖଡ଼ି ନିର୍ମିତ କଳାକୃତି ‘

0
153

ବ୍ରହ୍ମପୁର ,୩୧/୦୩/୨୦୨୨:
କ୍ଷୁଦ୍ର ଚକ୍ ଖଡିରେ ଭାରତର ସର୍ବାଧିକ ମନ୍ଦିର ଖୋଦନ କରିବାର ରେକର୍ଡକୁ ଓଡ଼ିଶା ଗଞ୍ଜାମର ସତ୍ୟନାରାୟଣ ମହାରାଣା (ଜୁଲାଇ ୦୨, ୧୯୮୪ରେ ଜନ୍ମିତ) ସ୍ଥିର କରିଥିଲେ । ସେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର, ଗଞ୍ଜାମର ତାରାତାରିଣୀ ମନ୍ଦିର, ବ୍ରହ୍ମପୁରର ବୁଢ଼ୀ ଠାକୁରାୀଙ୍କ ମନ୍ଦିର, ସୋରଡ଼ାର ପଞ୍ଚାନନ ଓ ପଦରଶୁଣି ମନ୍ଦିର,ଚିକିଟି ସ୍ଥିତ ମା ବାଳକୁମାରୀ , ବ୍ରହ୍ମପୁର ଉପକଣ୍ଠ ମା କାଳୁଆ , ସିଦ୍ଧ ଭୈରବୀ, ବୁଦ୍ଧଖୋଲ , କପିଳାସ , ନିର୍ମଳଝର , ମୁକ୍ତେଶ୍ଵର , ବ୍ରହ୍ମେଶ୍ୱର , ରାଜାରାଣୀ , ଇନ୍ଦ୍ରନାଥ ମନ୍ଦିର , ରମେଶ୍ୱର ମନ୍ଦିର , ଦୁର୍ଗା ମନ୍ଦିର ଏବଂ ଚାରିଧାମ (୦.୪ ମିଲିମିଟରରୁ ୦,୯ ମିଲିମିଟର ପର୍ଯ୍ୟନ୍ତ) ସହିତ ୨୪ ଟି ଖଡ଼ି ବ୍ୟବହାର କରି ଭାରତର ୨୪ ଟି ଛୋଟ ଛୋଟ ଖୋଦିତ ଚିତ୍ର ତିଆରି କରିଥିଲେ । ନିର୍ମିତ କୃତୀ ସର୍ବଭାରତୀୟ ସ୍ତରରେ ଖୁବ୍ ଆଦୃତ ହୋଇଥିବା ଏବଂ ଏହାକୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନିତ ହୋଇଥିବା ଜାଣି ବ୍ରହ୍ମପୁରରେ ଖୁସିର ଲହରୀ ଖେଳି ଯାଇଛି । ସତ୍ୟଙ୍କ କଳାକୃତିକୁ ନେଇ ସର୍ବସାଧାରଣରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here