କବିସୂର୍ଯ୍ଯନଗର ନିର୍ବାଚନମଣ୍ଡଳୀରେ ଗେରୁଆ ଦଳ ଚାରି ଫାଳ ! ନେତାଙ୍କ ଭିତରେ ନାହିଁ ସମନ୍ଵୟ ।

0
287

ବ୍ରହ୍ମପୁର, ୩୧/୦୩/୨୦୨୨(ଟୁକୁନା ପ୍ରଧାନ) ଗଞ୍ଜାମରେ କାୟା ବୃଦ୍ଧି କରୁଛି ଗେରୁଆ ଦଳ ବିଜେଡ଼ିର ଭାଙ୍ଗିଛି ଏକତରଫା ବିଜୟ ଟ୍ରେଣ୍ଡ୍‌ । ଗଞ୍ଜାମ ଜିଲ୍ଲାରେ ସବୁଜ ବାହିନୀକୁ ଝଟକା । ପୌର ନିର୍ବାଚନରେ ଦେଖିବାକୁ ମିଳିଛି ନୂଆ ସମୀକରଣ । ବିଜେଡି ହାତରୁ ଗଲା ୬ ଟି ଏନଏସି । ସବୁ ଆଡେ ଶଙ୍ଖ ଲହର ଚାଲିଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଶାସକ ଦଳକୁ ଟକ୍କର ଦେଇଛନ୍ତି ମୁଖ୍ୟ ବିରୋଧୀ ବିଜେପି । ଏଥିସହିତ କବିସୂର୍ଯ୍ଯନଗର ନିର୍ବାଚନମଣ୍ଡଳୀ ର କୋଦଳା ଏନ୍ ଏ ସି ଗେରୁଆ ଦଳ ହାତକୁ ଯାଇଛି। ଅନ୍ୟପଟେ କବିସୂର୍ଯ୍ଯନଗର ନିର୍ବାଚନମଣ୍ଡଳୀ ରେ ଗେରୁଆ ଦଳ ଭିତରେ ବଢୁଛି ଦଳୀୟ ଗୋଷ୍ଠୀକନ୍ଦଳ ବୋଲି ବୁଦ୍ଧିଜିବୀ ମହଲରେ ରେ ଆଲୋଚନା ଚାଲିଛି ! ଗେରୁଆ ଦଳର ରାଜନେତା ମାନେ ନିଜ ନିଜର କର୍ମକର୍ତ୍ତା ମାନଙ୍କୁ ନେଇ ବିଭକ୍ତ ହେବାରେ ଲାଗିଲେଣି ! ଯାହାଦ୍ୱାରା ଗେରୁଆ ଦଳର ସେଭଳି ଏକତା ଦେଖିବାକୁ ମିଳୁନାହିଁ । କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀ ବାସୀଙ୍କ ମନ ଜିଣିବାକୁ ସବୁ ତରିକା ଆପଣାଉଛି ଦଳ l ହେଲେ ଦଳ ଭିତରର ୪ ନେତାଙ୍କ ମଧ୍ୟରେ ରହୁନି ସମନ୍ଵୟ ବୋଲି ରାଜନୈତିକ ବିଶେଷଜ୍ଞ ମାନଙ୍କ ମଧ୍ୟରେ ଆଲୋଚନା ଚାଲିଛି ! ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ସମସ୍ତଙ୍କୁ ଏକାଠି ଦେଖିବାକୁ ମିଳିନାହିଁ l କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀ ରେ ଦଳୀୟ ସମନ୍ନୟ ଅଭାବରୁ ଗେରୁଆ ଦଳ ଭିତରେ ଫାଟ ଦିଶିଲାଣି l ଏହି ଚାରି ନେତୃମଣ୍ଡଳୀ ମଧ୍ୟରେ ଜଣେ କବିସୂର୍ଯ୍ଯନଗର ଅଞ୍ଚଳର ହେ।ଇଥିବା ବେଳେ ଅନ୍ୟ ତିନିଜଣ ହେଉଛନ୍ତି ପୁରୁଷୋତ୍ତମପୁର, ବେଗୁନିଆପଡା, ବୁଢାମ୍ବ ଅଂଚଳର । ବେଗୁନିଆପଡା ଅଞ୍ଚଳର ନେତା ଜଣଙ୍କ ଖଲ୍ଲିକୋଟ ଅଞ୍ଚଳରେ ଅବସ୍ଥାପିତ । ଏଥିସହିତ ଦଳର ରାଜନେତା ମାନେ ନିଜ ନିଜର କର୍ମକର୍ତ୍ତା ମାନଙ୍କୁ ନେଇ ବିଭକ୍ତ ହେବାରେ ଲାଗିଲେଣି l ସାମ୍ପ୍ରତିକ ପରିସ୍ଥିତିରେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ଗେରୁଆ ଦଳ ଏବେ ଚାରି ଫାଳ ଦେଇ ଗତି କରୁଥିବା ସାଧାରଣରେ ଚର୍ଚ୍ଚା ଜୋର୍ ଚାଲିଛି ! ଏଥିସହିତ ବୁଢ଼ାମ୍ବ ଅଞ୍ଚଳର ରାଜନେତା ଙ୍କ ଲୋକପ୍ରିୟତା ଥିବା ବେଳେ ଅନ୍ୟ ନେତୃବୃନ୍ଦ ମାନେ ତାଙ୍କୁ ଆଗକୁ ଯିବାକୁ ଛାଡୁନଥିବା ମଧ୍ଯ ଚା ଖଟିରେ ଆଲୋଚନା ଜୋର୍ ଧରୁଛି । ଦେଖାଯାଉ ଏ ଦିଗରେ ଆଗକୁ କଣ ହେଉଛି ତାହା ଦେଖବାକୁ ବାକି ରହିଲା ?

LEAVE A REPLY

Please enter your comment!
Please enter your name here