ଦୀର୍ଘ ଦୁଇବର୍ଷ ପରେ ଖୋଲିଲା ଅଙ୍ଗନବାଡ଼ି କେନ୍ଦ୍ର।କମଳମତୀ ଶିଶୁ ମାନଙ୍କ ମନରେ ଉତ୍ସାହ ର ଲହରି

0
158

ନିଶ୍ଚିନ୍ତକୋଇଲି,୩୧/୦୩/୨୦୨୨:
ମହାମାରୀ କରୋନା ପାଇଁ ଦିର୍ଘ ଦୁଇବର୍ଷ ହେବ ବନ୍ଦ ହୋଇ ପଡିଥିଲା ଅଙ୍ଗନବାଡ଼ି କେନ୍ଦ୍ର। ସରକାର ଙ୍କ ନିର୍ଦ୍ଦେଶକ୍ରମେ ଆଜିଠାରୁ ଖୋଲିଲା ଅଙ୍ଗନବାଡ଼ି କେନ୍ଦ୍ର।କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ସମନିତ ଶିଶୁ ବିକାଶ ବିଭାଗ ଅଧିନସ୍ଥ ଅସୁରେଶ୍ଵର ପଞ୍ଚାୟତ ଅଣସରପୁର ଅଙ୍ଗନବାଡ଼ି କେନ୍ଦ୍ରକୁ ଦୀର୍ଘ ଦୁଇବର୍ଷ ପରେ ସରକାର ଙ୍କ ନିର୍ଦ୍ଦେଶକ୍ରମେ ଖୋଲିଥିବାରୁ ଅଙ୍ଗନବାଡ଼ି କେନ୍ଦ୍ର କୁ ବେଲୁନ ଓ ଫୁଲରେ ସୁସଜ୍ଜିତ କରାଯିବା ସହିତ ଆସିଥିବା କମଳମତୀ ଶିଶୁ ମାନଙ୍କୁ ଫୁଲ ଚନ୍ଦନ ଦିପରେ ବନ୍ଦାପନା କରି ସ୍ବାଗତ କରିବା ସହିତ ମିଷ୍ଟାନ୍ନ ବଣ୍ଟନ କରଥିଲେ ଅଙ୍ଗନବାଡ଼ି କେନ୍ଦ୍ର ଦିଦି ତିଳୋତ୍ତମା ପାତ୍ର ଓ ସହଯୋଗୀ ବିଦୁଲତା ସିଂହ। ଅଙ୍ଗନବାଡ଼ି କେନ୍ଦ୍ର ଆସିଥିବା କମଳ ମତୀ ଶିଶୁ ମାନେ ବହୁତ ଖୁସି ହେବା ସହିତ ଖେଳ କୁଦ କରିଥିଲେ।

ରିପୋର୍ଟ:ରାଜେନ୍ଦ୍ର କୁମାର ବେହେରା

LEAVE A REPLY

Please enter your comment!
Please enter your name here