ଗୋଳନ୍ଥରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୧୬ ରେ ଦୁର୍ଘଟଣା ଘଟି ୨ ଗୁରୁତର

0
520

ଗୋଳନ୍ଥରା,୩୦/୦୩/୨୦୨୨:
ଗୋଳନ୍ଥରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୧୬ ରେ ଦୁର୍ଘଟଣା ଘଟି ୨ଗୁରୁତର ହୋଇଛନ୍ତି।ଘଟଣାରୁ ଜଣାପଡିଛି ମଙ୍ଗଳବାର ଦିନ ୫ଟା ଘଣ୍ଟା ସମୟରେ ଆର.ଶୁବାଣି ଗ୍ରାମର ଋଷି ବେହେରା, ସ୍ତ୍ରୀ କାମିନୀ ବେହେରା କୌଣସି କାମରେ ନିଜ ବାଇକ ରେ ଯାହାର ନଂ ଓଆର ୦୭ୟୁ ୦୨୯୦ ଯୋଗେ ଆର ଶୁବାଣି ଗ୍ରାମରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ସମୟରେ କନିସି ଗାଁ ନିକଟସ୍ଥ ସ୍ପିର୍ଡ କଣ୍ଟ୍ରୋଲ ଖୁଣ୍ଟ କୁ ପିଟି ହୋଇଥଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ କୌଣସି ଏକ ଗାଡ଼ି ଆଗପଟୁ ଆସି ବାରୁ ଭାରସାମ୍ୟ ହରାଇ ଖୁଣ୍ଟକୁ ପିଟିଥିବା କହିଛନ୍ତି। ବାଇକ୍ ଟି ଚୂର୍ ମାର୍ ହୋଇଯାଇଥିଲା। ବାଇକ୍ ଚାଳକ ୠଷି ଖୁଣ୍ଟରେ ପିଟି ହୋଇ ଯାଇଥିଲେ ଯାହା ଫଳରେ ମୁଣ୍ଡକୁ ଆଘାତ ହୋଇଥିଲା ପଛରେ ବସିଥିବା କାମିନୀ ଛିଟିକି ପଡ଼ି ଥିଲେ ଏବଂ ମୁଣ୍ଡ କୁ ପ୍ରବଳ ମାଡ ହୋଇଥିଲା ଓ ସାଙ୍ଗରେ ଥିବା ଏକ ୭ବର୍ଷର ଝିଅ ବର୍ତ୍ତି ଯାଇଥିଲେ। ୧୦୮କୁ କଲ୍ କଲେ ମଧ୍ଯ ଆସି ନଥିଲା।ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ତତକ୍ଷଣାତ୍ କନିସି ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲ୍ କୁ ନେଇଥିଲେ। କନିସି ଗ୍ରାମର କିଛି ସ୍ୱେଚ୍ଛାସେବୀ ପହଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରି ମେଡିକାଲ ପଠାଇ ଥିଲେ। ଏହା ନେଇ କୌଣସି ଏତଲା ହୋଇନଥିବା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here