ଅଙ୍ଗାରଗାଁ ରେ ଗୌଡ଼ୀୟ ବେଦାନ୍ତ ଇଣ୍ଟେରେନେସନାଲ୍ ପବ୍ଲିକ୍ ସ୍କୁଲ ର ଭିତ୍ତିପ୍ରସ୍ତର ସ୍ଥାପନ

0
231

ବ୍ରହ୍ମପୁର, ୧୦/୦୪/୨୦୨୨ (ଟୁକୁନା ପ୍ରଧାନ)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ଠାରେ ଆଜି ଗୌଡ଼ୀୟ ବେଦାନ୍ତ ଇଣ୍ଟେରେନେସନାଲ୍ ପବ୍ଲିକ୍ ସ୍କୁଲ ର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ବୈଦିକ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା ସହ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ଏଥିସହିତ ଏକ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀପାଦ ବି. ଭି ପଦ୍ମନାଭ ମହାରାଜ, ଶ୍ରୀପାଦ ବି. ଭି ବୋଧୟନ ମହାରାଜ ପ୍ରମୂଖ ଯୋଗଦେଇ ସ୍ଵ କରକମଳରେ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଧର୍ମୀୟ ଚେତନା ଏବଂ ନୈତିକ ଶିକ୍ଷା ର ମୂଲ୍ୟବୋଧ ର ବିକାଶ ବିଷୟରେ କହିଥିଲେ । ଉପସ୍ଥିତ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ବେହେରା, ରମେଶ ଚନ୍ଦ୍ର ସ୍ୱାଇଁ, ଦେବରାଜ ଭୂୟାଁ, ମୁକୁନ୍ଦ ମାଧବ ସ୍ଵାଇଁ, ସୌରି ବରାଡ, ରବିନ୍ଦ୍ରନାଥ ସ୍ୱାଇଁ ସମେତ ଅନ୍ୟମାନେ ପ୍ରମୂଖ ଉପସ୍ଥିତ ଥିଲେ । ଶେଷରେ ପ୍ରସାଦସେବନ ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here