ମେଣ୍ଢାରାଜପୁରରେ ପବିତ୍ର ଶ୍ରୀରାମ ନବମୀ ପାଳିତ

0
234

ବ୍ରହ୍ମପୁର ,୧୦/୦୪/୨୦୨୨ :
ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ମେଣ୍ଡାରାଜପୁର ଗ୍ରାମରେ ପବିତ୍ର ଶ୍ରୀରାମ ନବମୀ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଗ୍ରାମରେ ନୂତନ ଭାବେ ଭଗବାନ ଶ୍ରୀରାମଙ୍କ ଏକ ଭବ୍ୟ ମନ୍ଦିର ନିର୍ମାଣ କରିଥିବା ବିଶିଷ୍ଟ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ସାହୁ ଏବଂ ତାଙ୍କ ସହଧର୍ମିଣୀ ପାର୍ବତୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ପୂଜା ଉତ୍ସବ କାର୍ଯ୍ୟକ୍ରମରେ ଅନ୍ନ ପ୍ରସାଦ ବଣ୍ଟନ ସହ ଚବିଶ ପ୍ରହରୀ ନାମ ସଂକୀର୍ତନ ବିଶିଷ୍ଟ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ଦାସଙ୍କ ଦ୍ଵାରା ସମ୍ପନ୍ନ ହୋଇଥିଲା ।ଗ୍ରାମ କମିଟିର ସଦସ୍ୟଗଣ ପଞ୍ଚାୟତ ବାସୀଙ୍କୁ ଆମନ୍ତ୍ରଣ କରିବା ସହ ବାହାରୁ ଆସିଥିବା ଶ୍ରଦ୍ଧାଳୁଙ୍କ ସହଯୋଗ କାମନା କରି ସମସ୍ତଙ୍କୁ ଅନ୍ନ ପ୍ରସାଦରେ ଅପାୟିତ କରିଥିଲେ । ମାତ୍ର ୧୨୦ ଟି ପରିବାର ବିଶିଷ୍ଟ ଏହି ଗ୍ରାମର ଚତୁର୍ପାର୍ଶ୍ୱରେ ମନ୍ଦିର ଘେରି ରହିଥିବା ବେଳେ ଗ୍ରାମରେ ପ୍ରତ୍ୟହ ହରି କୀର୍ତ୍ତନ ଧ୍ଵନୀରେ ପ୍ରକମ୍ପିତ ହୋଇଥାଏ । ଗ୍ରାମରେ ଶ୍ରୀରାମ ମନ୍ଦିର ସହ ଶନି ମନ୍ଦିର, ମହାଦେବ ମନ୍ଦିର, ଗଣେଶ ମନ୍ଦିର, ମାଁ କାଳୀଙ୍କ ମନ୍ଦିର ଦଣ୍ଡାୟମାନ ହୋଇଛି । ବର୍ତମାନ ସମାଜସେବୀ ଶ୍ରୀ ଦେବେନ୍ଦ୍ର ସାହୁଙ୍କ ପ୍ରଚେଷ୍ଟାରେ ଏକ ନୂତନ ସାଇ ମନ୍ଦିର ମଧ୍ୟ ପ୍ରତିଷ୍ଠା ହେବାକୁ ଯାଉଛି । ଉକ୍ତ ପବିତ୍ର କାର୍ଯ୍ୟକୁ ଗୋବିନ୍ଦ ସାହୁ, ଦିଲୀପ ସାହୁ, ଭାସ୍କର ସାହୁ, ଜୟରାମ ସାହୁ, ସୁନୀଲ ସାହୁ, ରମେଶ ରେଡ୍ଡୀ, ଭାଲୁ ରେଡ୍ଡୀ, ସହଦେବ ରେଡ୍ଡି, ବୀରେନ୍ଦ୍ର ସାହୁ, ସୁନୀଲ ସାହୁ, ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here