ପାଟପୁର ଥାନାର ଆଇପିଏଲ ବେଟିଂ ଚଢାଉ , ପୋଡାମାରୀ କଲେଜ ନିକଟରୁ ଛଅ ଜଣ, ଛଅ ମୋବାଇଲ ସହ ୧ ଲକ୍ଷ ୪୫ ହଜାର ଜବତ ।

0
421

ବ୍ରହ୍ମପୁର , ୨୧/୦୪/୨୦୨୨:ଗଞ୍ଜାମ ପୋଲିସ ଜିଲ୍ଲା ପାଟପୁର ଥାନା ପୋଡାମାରି ଅଞ୍ଚଳରେ ନିୟମିତ ଭାବେ ଆଇପିଏଲ ବେଟିଂ ଚାଲୁଥିବା ଏବଂ କିଛି ଧୂର୍ତ ଯୁବକଙ୍କ ପ୍ରରୋଚନାରେ ଚାଲୁଥିବା ଏହି ଅବୈଧାନିକ ଆଇପିଏଲ ଜୁଆ ଖେଳରେ ବହୁ ନିରୀହ ସର୍ବସ୍ବାନ୍ତ ହୋଇଥିବା ଅଭିଯୋଗ ପରେ ସ୍ଥାନୀୟ ପୋଲିସ କ୍ରିୟାଶୀଳ ହୋଇଛି । ଗତକାଲି ଏହି ମର୍ମରେ ବିଶେଷ ସୂତ୍ରରୁ ସୂଚନା ପାଇ ପାଟପୁର ପୋଲିସ ପକ୍ଷରୁ ଅତର୍କିତ ଭାବେ ପୋଡାମାରୀ କଲେଜ ଗେଟ୍ ଅଞ୍ଚଳରେ ଚଢାଉ କରି ଆଇପିଏଲ ବେଟିଂ ସଂଶ୍ଲିଷ୍ଟ ଥିବା ଛଅ ଜଣ ସନ୍ଧିଗ୍ଧ ଯୁବକଙ୍କୁ ଅକ୍ତିଆରକୁ ନେବା ସହ ସେମାନଙ୍କ ଠାରୁ ବେଟିଂ ରେ ବ୍ୟବହୃତ ଛଅ ଗୋଟି ମୋବାଇଲ ସହ ୧ ଲକ୍ଷ ୪୫ ହଜାର ଟଙ୍କା ଜବତ କରିଛି । ଆଜି ପାଟପୁର ଥାନା ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଦୀପ କୁମାର ଦଳେଇ ଏ ସମାନ୍ଧରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି । ତଥ୍ୟ ପ୍ରକାରେ ଥାନା ଅଧିକାରୀ ଇନ୍ସପେକ୍ଟର ସବ୍ୟସାଚୀ ମଲ୍ଲଙ୍କ ନିର୍ଦ୍ଦେଶନାରେ ଏଏସଆଇ ଟୁନା ପିଡ଼ିକା ସଦଳବଳେ ଗତକାଲି ସନ୍ଧ୍ୟାରେ ପୋଡ଼ାମାରୀ କଲେଜ ଗ୍ରାଉଣ୍ଡର ଚାଲିଥିବା ବେଟିଂ ସ୍ଥାନକୁ ଅତର୍କିତ ଚଢାଉ କରି ଚନ୍ଦନ ପ୍ରଧାନ ,ବି ରୋଷନ ପାତ୍ର , ଚନ୍ଦନ ରାଉତ , ଇତେଶ ସାହୁ , ଉତ୍ତମ ନାୟକ ଏବଂ ସନ୍ଦୀପ କୁମାର ଗୁପ୍ତା ନାମକ ଛଅ ଜଣଙ୍କୁ ଗିରଫ କରି ସେମାନଙ୍କ ବ୍ୟବହୃତ ଛଅ ଗୋଟି ମୋବାଇଲ ଏବଂ ନଗଦ ୧ ଲକ୍ଷ। ୪୫ ହଜାର ଟଙ୍କା ଜବତ କରିଛି । ଏଥିନେଇ ପାଟପୁର ଥାନା କେସ ନଂ – ୧୨୪/୨୨ ପ୍ରକାରେ ଏକ ମାମଲା ରୁଜୁ କରାଯିବା ସହ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here