ହିଞ୍ଜିଳିକାଟୁ ବ୍ଲକରେ ଅଙ୍ଗନବାଡି କର୍ମୀଙ୍କ ବିକ୍ଷୋଭ ଓ ଧାରଣା

0
909

ବ୍ରହ୍ମପୁର ,୨୧/୦୪/୨୦୨୨ : ହିଞ୍ଜିଳିକାଟୁ ସମନ୍ୱିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅନ୍ତର୍ଗତ
ଅଙ୍ଗନବାଡି କର୍ମୀଙ୍କୁ ଦୀର୍ଘ ଆଠମାସ ହେଲା ସେମାନଙ୍କ ପାରିତୋଷିକ ମିଳୁନଥିବା , ଛଅମାସ ଧରି ସେମାନଙ୍କ ଏସ୍ ଏନ୍ ପି, ଟି.ହେଚ.ଆର , ଟିଏଡିଏ , ଘରଭଡା , ୟୁନିଫର୍ମ ଡ୍ରେସ , ରନ୍ଧନ ଗ୍ଯାସ ସିଲିଣ୍ଡର , ପିଲାଙ୍କ ପୋଷାକ ଦିଆଯାଇନଥିବାରୁ କର୍ମୀମାନେ ହିତାଧିକାରୀଙ୍କ ରୋଷର ଶୀକାର ହେଉଛନ୍ତି । କେନ୍ଦ୍ରକାର୍ଯ୍ୟ ପରିଚାଳନା ନେଇ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବାରୁଏହାର ପ୍ରତିବାଦ କରି ଅଙ୍ଗନବାଡି ଲେଡିସ୍ ୱାର୍କସ ଏସୋସିଏସନ ପକ୍ଷରୁ ଏକ ଦାବିପତ୍ର ସଭାନେତ୍ରୀ ବବିତା ଗନ୍ତାୟତ, ସଂପାଦିକା ସୁଜତା କୁମାରୀ ସାହୁ ଓ ଉପଦେଷ୍ଟା ରାଜଲକ୍ଷ୍ମୀ ପାଢୀଙ୍କ ନେତୃତ୍ୱରେ ଶତାଧିକ ଅଙ୍ଗନବାଡି କର୍ମୀ ସିଡିପିଓଙ୍କ ଅଫିସ ଘେରାଉ କରି ଦାବିପତ୍ର ପ୍ରଦାନ କରିଛନ୍ତି । ଏହା ସହିତ ଆସନ୍ତା ପହିଲା ପୂର୍ବରୁ ଦାବି ପୂରଣ ନହେଲେ ଆସନ୍ତା ମଇ ପହିଲାରୁ କାର୍ଯ୍ଯବନ୍ଦ ଆନ୍ଦୋଳନ କରିବେ ବୋଲି ଏହି ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ।

LEAVE A REPLY

Please enter your comment!
Please enter your name here