ପିପୁଲସ କଲେଜ : ଯୋଗ ଦିବସ ଉପଲକ୍ଷେ ଦ୍ଵିମାସିକ କାର୍ଯ୍ୟକ୍ରମର ଶୁଭାରମ୍ଭ

0
179

ବୁଗୁଡା, ୨୨/୦୪/୨୦୨୨ : ଜୁନ ୨୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ବୁଗୁଡା ପିପୁଲସ କଲେଜ ଆଥଲେଟିକ୍ସ ଆସୋସିଏସନ ପକ୍ଷରୁ ଏପ୍ରିଲ ୨୨ ତାରିଖ ଦିନ କଲେଜ ସଭା ଗୃହରେ ଅନୁଷ୍ଠିତ ଦ୍ଵିମାସିକ ଯୋଗ କାର୍ଯ୍ୟକ୍ରମ କୁ କଲେଜ ପରିଚାଳନା କମିଟିର ସଭାପତି ରଜନୀକାନ୍ତ ଭଟ୍ଟ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସପାଲ ପ୍ରଫେସର ରଜନୀକାନ୍ତ ଦାଶ ଅଧ୍ୟକ୍ଷତା କରିଥିବା ବେଳେ ଶ୍ରୀ ସତ୍ୟସାଇ ସେବା ସଂସ୍ଥା ପକ୍ଷରୁ ପ୍ରତାପ କୁମାର ସ୍ୱାଇଁ ଓ ସୁଦର୍ଶନ ପାତ୍ର ବକ୍ତା ଭାବେ ଯୋଗଦେଇଥିଲେ।ପ୍ରଫେସର ଆତ୍ମ ପ୍ରକାଶ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟ କ୍ରମରେ ପ୍ରଫେସର ପ୍ରଭଞ୍ଜନ ମୁନୀ, ହରେକୃଷ୍ଣ ନାୟକ, ଡ଼ଃ. ଜୟରାମ ବିଷୋୟୀ,ଅକ୍ଷୟ କୁମାର ସାହୁ, ବିନୋଦ କୁମାର କର, ପ୍ରଦୀପ କୁମାର ଦାଶ, ଅଜୟ କୁମାର ସାହୁ, କୃଷ୍ଣ ରାଓ ପାତ୍ର ପ୍ରମୁଖ ଯୋଗଦେଇ ଯୋଗର ଉପକାରୀତା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଦୁଇ ମାସ ମଧ୍ୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ, ସ୍ଲୋଗାନ, ଯୋଗ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ଯୋଗ କ୍ଲାସ, ସଚେତନତା ରାଲେ ଓ ଜୁନ ୨୧ ତାରିଖ ଦିନ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବ। ଆଜିର ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଯୋଗ ଦେଇଥିବା ଯୋଗୁ ଚେୟାରର ଅଭାବ ଯୋଗୁଁ କେତକ ଛାତ୍ରଛାତ୍ରୀ ତଳେ ବସି ଶୃଙ୍ଖଳାର ସହ ବକ୍ତବ୍ୟ ଶୁଣିଥିଲେ। ଯୁବ ପିଢ଼ିଙ୍କି ଯୋଗ ପ୍ରତି ଆଗ୍ରହ ଥିବା ଏହି ସମାବେଶରୁ ବାରିହୋଇଥିଲା, ଯାହାକି ଏକ ଶୁଭ ଲକ୍ଷଣ। ଶେଷରେ ଛାତ୍ରଛାତ୍ରୀମାନେ ଯୋଗ ପ୍ରଦର୍ଶିତ କରିଥିଲେ।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here