ପୋଡ଼ାମାରୀରେ ସାନଖେମୁଣ୍ଡି ବ୍ଲକସ୍ତରୀୟ ସ୍ବାସ୍ଥ୍ୟମେଳା ଅନୁଷ୍ଠିତ

0
421

ବ୍ରହ୍ମପୁର :୨୨/୦୪/୨୦୨୨ : ଆଜାଦୀର ଅମୃତ ମହୋତ୍ସବ ପାଳନ ଅବସରରେ ସାନଖେମୁଣ୍ଡି ବ୍ଲକ ପୋଡାମାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର ଦିନ ବ୍ଳକସ୍ତରୀୟ ମେଗା ସ୍ବାସ୍ଥ୍ୟମେଳା ଅନୁଷ୍ଠିତ ହୋଇଯାଇଛି । ଆଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡ.ବାହାନ ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି ସ୍ଵାସ୍ଥ୍ୟ ମେଳାରେ ଆସିକା ସାଂସଦ ପ୍ରମିଳା ବିଷୋୟୀ , ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରୋଗୀସେବା ପରିଖିବା ସହ ଶୁଭ ଉଦଘାଟନ ମଧ୍ୟ କରିଥିଲେ ସେହିପରି ସାନଖେମୁଣ୍ଡି ଦାୟିତ୍ଵରେ ଥିବା ଗୋଷ୍ଠୀ ଶିକ୍ଷାଧିକାରୀ କୁରେଶୁ ସେଠୀ , ଧରାକୋଟ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଗୀତାଞ୍ଜଳି ଦେବୀ , ୫୯ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ବିଜୟ ପ୍ରଧାନ , ୬୦ ନମ୍ବର ଜିଲ୍ଲା ପରିଷଦ ପ୍ରତିନିଧି ରାଜୀବ ଲୋଚନ ପାତ୍ର , ପୋଡାମାରି ସରପଞ୍ଚ ସନ୍ତୋଷ ବିଷୋୟୀ , ସାନଖେମୁଣ୍ଡି ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଅର୍ଚ୍ଚନା କହଁର , ପୋଡ଼ାମାରୀ ସମିତିସଭ୍ୟ ଚନ୍ଦ୍ରମା ପାତ୍ର ଅନ୍ୟତମ ଅତିଥି ରୂପେ ଯୋଗ ଦେଇଥିଲେ ।ଏହି ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳାରେ ବିଭିନ୍ନ ଗ୍ରାମରୁ ୬୦୦ ରୁ ଉର୍ଦ୍ଧ ରୋଗୀ ଚିକିତ୍ସିତ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବିପିଏମ ଦିଲିପ କୁମାର ବେହେରା , ପିଏଚଇଓ ଜୟନ୍ତୀ ଦାସ , ଡିପିଏଚଓ ଡଃ . ଜଗଦୀଶ ପଟ୍ଟନାୟକ , ସାବିତ୍ରୀ ରାଉତ ସମେତ ଏମବିବିଏସ ଡାକ୍ତର ଶୁଭ୍ରାଂଶୁ ମୋହନ ସାହୁ , ପ୍ରସିଦ୍ଧ କୁମାର ସେଠୀ , ସାନ୍ତୁନୁ କୁମାର ରାଉତ, ସମସ୍ତ ଆୟୁଷ ଡାକ୍ତର , ସୁପରଭାଇଜର, ଆଶା କର୍ମୀ ଓ ଅଙ୍ଗନବାଡି କର୍ମୀ ସମେତ ସମସ୍ତ ସ୍ୱାସ୍ଥ୍ୟକର୍ମୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here