ପାଟପୁର କଲେଜ ଯୁକ୍ତ ଦୁଇ ଛାତ୍ରୀଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

0
341

ବ୍ରହ୍ମପୁର , ୨୭/୦୪/୨୦୨୨: ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ପାଟପୁର ସ୍ଥିତ ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟର ଯୁକ୍ତ ଦୁଇ ଛାତ୍ରୀଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଆଜି ମହାସମାରୋହରେ ଉଦଯାପିତ ହୋଇଅଛି । ଚଳିତ ମାସ ୧୯ ତାରିଖରୁ ଆରମ୍ଭ ହୋଇଥିବା ଏହି ଶିବିରର ଉଦଯାପନୀ ଉତ୍ସବରେ ଭାରପ୍ରାପ୍ତ ଅଧ୍ୟକ୍ଷା ଡ଼. ଶ୍ରୀମତୀ ସୁଦେଷ୍ଟା ଚୌଧୁରୀ ପୌରହିତ୍ୟ କରି ଅଂଶ ଗ୍ରହଣ କରିଥିବା ଛାତ୍ରୀଙ୍କ ମନୋବଳକୁ ଭୂୟସୀ ପ୍ରଶଂସା କରିବା ସହିତ ଆତ୍ମରକ୍ଷା କୌଶଳ ନେଇ ଉଦ୍ବୋଧିତ କରିଥିଲେ । ମୁଖ୍ୟ ଅତିଥି ଭାବରେ ପାଟପୁର ଥାନା ମହିଳା ସବ ଇନ୍ସପେକ୍ଟର ତଥା ଶିଶୁ ଓ ମହିଳା ଡେସ୍କ ଅଧିକାରିଣୀ ଶ୍ରୀମତୀ ମିଳନ ପ୍ରଧାନ ମଞ୍ଚାଷୀନ ରହି ଛାତ୍ରୀ ସମାଜକୁ ସଦା ଜାଗ୍ରତ ରହି ସୁଚିନ୍ତିତ ଢଙ୍ଗରେ ନିଜ କାର୍ଯ୍ୟ ସମ୍ପାଦନ କଲେ ସମାଜରେ ନିଜନିଜର ମହତ୍ତ୍ଵ ରହିବା ନେଇ ଅନୁପ୍ରାଣିତ କରିଥିଲେ ।ଏହା ବ୍ୟତୀତ ଆତ୍ମରକ୍ଷା କୌଶଳ ତାଲିମ୍ ଦ୍ଵାରା ନିଜର ଏବଂ ନିଜ ସମାଜରେ ଘଟୁଥିବା ଅପ୍ରିତିକର ସ୍ଥିତିରେ ଏହାକୁ ଆଣ୍ଟିବାଇୟୋଟିକ ଭାବେ ବର୍ଣ୍ଣନା କରିଥିଲେ । କଲେଜ କର୍ମଚାରୀ ସମ୍ପାଦକ ଅଧ୍ୟାପକ ଡ଼.କୈଳାସ ଚନ୍ଦ୍ର ସ୍ବାଇଁ ମୁଖ୍ୟବକ୍ତା ଭାବରେ ଶିକ୍ଷାର୍ଥୀଙ୍କୁ ଆତ୍ମ ସୁରକ୍ଷାର ଆବଶ୍ୟକତା ଓ ଉପାଦେୟତା ସଂପର୍କରେ ନିଜ ବକ୍ତବ୍ୟ ରଖିଥିଲେ । ଏକାଗ୍ରତା , ଏକନିଷ୍ଟତା ସହ ବୌଧିକ ବିକାଶରେ ବାଧା ସୃଷ୍ଟି କରୁଥିବା ଅସାମାଜିକ ତତ୍ୱଙ୍କ ଠାରୁ ନିଜକୁ ସୁରକ୍ଷିତ ରଖିବାର କୌଶଳକୁ ଆପଣେଇ ଦରକାର ବେଳେ କାର୍ଯ୍ୟରେ ଲଗାଇବାକୁ ଅନୁପ୍ରାଣିତ କରିଥିଲେ । ମାଷ୍ଟର ଟ୍ରେନର ମିସ ଉଷା ଏବଂ ମିସ ନନ୍ଦିନୀଙ୍କ ପ୍ରଶିକ୍ଷଣରେ ତାଲିମ ନେଇଥିବା ଛାତ୍ରୀ ସମୂହ ଅତ୍ମ ସୁରକ୍ଷା ଜନିତ କଲା ଓ କୌଶଳ ମଞ୍ଚରେ ପ୍ରଦର୍ଶନ କରିଥିଲେ । ଛାତ୍ରୀ ସୁରକ୍ଷା କାର୍ଯ୍ୟକ୍ରମ ସଂଯୋଜିକା ମିସ ଶାଲିନି ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି ଉଦଯାପନୀ ଉତ୍ସବରେ କଲେଜ କର୍ମକର୍ତ୍ତା ଅଧ୍ୟାପକ ଅଧ୍ୟାପିକା ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here