ବିଭାଗୀୟ ଉଦାସୀନତାରୁ କାମରେ ଲାଗୁନି ପର୍ଯ୍ୟଟନ ବିଭାଗର ଗିରିଶୋଲା ପାଲୁର ହିଲ ପାନ୍ଥିକା ।

0
169

ବ୍ରହ୍ମପୁର , ୨୭/୦୪/୨୦୨୨:
ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ବ୍ଲକ ପାଲୁର ହିଲ ନିକଟ ୧୬ନଂ ଜାତୀୟ ରାଜପଥ କଡରେ ଓଡ଼ିଶା ପର୍ଯ୍ୟଟନ ନିଗମ ପକ୍ଷରୁ ଗିରିସୋଲା ପାନ୍ଥିକା ନିର୍ମାଣ କରାଯାଇଥିଲା ।୨୦ଲକ୍ଷ ଟଙ୍କା ବ୍ୟୟରେ ୧୯୯୭ ମସିହାରେ କାମ ଆରମ୍ଭ ହୋଇ ୨୦୦୨ ମସିହା ବେଳକୁ କାର୍ଯ୍ୟ ଶେଷ ହୋଇଥିଲା । ପ୍ରାୟ ୪ ଏକର ପରିମିତ ଜମିରେ ନିର୍ମାଣ ହୋଇଥିବା ଏହି ରମଣୀୟ ପାନ୍ଥିକା ୪ ଶୀତତାପ ନିୟନ୍ତ୍ରିତ କୋଠରୀ ବିଶିଷ୍ଠ ଥିଲା । ୪ଲକ୍ଷ ଟଙ୍କା ବ୍ୟୟରେ ପାଚେରୀ ନିର୍ମାଣ ସହ ପନ୍ଥିକାର ରକ୍ଷଣାବେକ୍ଷଣ ପାଇଁ ଜଣେ ପର୍ଯ୍ୟଟନ ଅଧିକାରୀ ଓ ଦୁଇ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ମଧ୍ୟ ନିୟୋଜିତ ଥିଲେ। ଜଣେ ରାତ୍ର ଜଗୁଆଳିର ବ୍ୟବସ୍ଥା ଥିବା ଏହି ଗିରିଶୋଲା ପନ୍ଥିକା ବର୍ତ୍ତମାନ ଉଇ ହୁଙ୍କା ହୋଇ ଜରାଜୀର୍ଣ୍ଣ ଅବସ୍ଥାରେ ଥିବାବେଳେ ସମ୍ପ୍ରତି କୌଣସି କାର୍ଯ୍ୟରେ ଆସୁ ନ ଥିଲା । ଅନ୍ୟ କ୍ରମରେ ଏଠାରେ ପୁଣି ଏକ ଯାତ୍ରୀ ବିଶ୍ରାମଗାର ପାଇଁ ପାନ୍ଥିକା ପରିସରରେ ତତ୍କାଳୀନ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଦ୍ଵାରା
୨୦୧୬ ଅକ୍ଟୋବର ୧୮ତାରିଖରେ ପାନ୍ଥିକାର ନବୀକରଣ ନିମନ୍ତେ ପ୍ରାୟ ୨୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଭିତ୍ତି ପ୍ରସ୍ତର ସ୍ଥାପନା ହୋଇ ପ୍ରାୟ ତିନିବର୍ଷ ସମୟ ହେବ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଆଜି ଯାଏଁ ବ୍ୟବହାର ନହୋଇ ପଡ଼ିରହିଛି । ପାନ୍ଥିକାରେ ଯାଯାବରଙ୍କ ପାଇଁ ବିଶ୍ରାମ କକ୍ଷ ଥିବା ବେଳେ ଚାରିଟି ଦୋକାନ ଗୃହ ମଧ୍ୟ ରହିଛି । ସୁରକ୍ଷା ପାଇଁ ଏକ ଜଗୁଆଳି ମଧ୍ୟ ନିଯୁକ୍ତ ଥିବା ଜଣାଯାଇଛି । ପୂର୍ବରୁ ବ୍ୟବହାର ନ ହେବା କାରଣରୁ ପାନ୍ଥିକା ଉଇହୁଙ୍କା ପାଲଟିଥିବା ଜଣାଯାଇଛି । ବ୍ରହ୍ମପୁର ସହର ଠାରୁ ୧୫ କି ମି ଦୂର ଆନ୍ଧ୍ର ସୀମାରେ ନିର୍ମିତଏହି ଯାଯାବର ବିଶ୍ରାମ ଗୃହ ଜାତୀୟ ରାଜପଥରେ ଯାତ୍ରୀଙ୍କ ଗମନାଗମନ ବେଳେ ଦିବାରାତ୍ରି କାଳୀନ ବିଶ୍ରାମ ପାଇଁ ଏହି ଗୃହ ନିର୍ମାଣ ହୋଇଥିବା ବେଳେ ଅଧୁନା କୌଣସି କାମରେ ସଦୁପଯୋଗ ହେଉନଥିବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ପର୍ଯ୍ୟଟନ ବିଭାଗର ଏହି ଜନହିତକର ପାନ୍ଥିକାର ସଦୁପଯୋଗ କରିବାକୁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here