ଅମୀନ ଥାଇ ଭୁଲ ରିପୋର୍ଟ ଦେଇଥିବା କେଶରେ ଗିରଫ ହେଲେ ରାଜସ୍ବ ନୀରିକ୍ଷକ

0
459

ବ୍ରହ୍ମପୁର ,୨୭/୦୪/୨୦୨୨: ଅମିନ ଥିବାବେଳେ ଭୁଲ୍ ରିପୋର୍ଟ ଦେଇଥିଲେ । ରାଜସ୍ବ ନୀରିକ୍ଷକ ପଦବୀରେ ଧରାପଡ଼ି ବନ୍ଧାହେଲେ । ଯେକୌଣସି ସରକାରୀ ବିଭାଗର କାଗଜପତ୍ରରେ ଯଦି ଜାଣିଶୁଣି କିମ୍ବା ଅର୍ଥର ବଶବର୍ତ୍ତୀ ହୋଇ କୌଣସି କର୍ମଚାରୀ ଭୁଲ ତଥ୍ୟ ରଖିଥାନ୍ତି , ତାହେଲେ ଦିନେ ନା ଦିନେ ତାହା ଧରାପଡିଥାଏ । ଏମିତି ଏକ ଜାଲିଆତି ଘଟଣାର ଖୁଲାସା କରି ସଂପୃକ୍ତ ଅଭିଯୁକ୍ତ କୁହାଯାଉଥିବା ଜଣେ ରାଜସ୍ବ ବିଭାଗ କର୍ମଚାରୀଙ୍କୁ ଗିରଫ କରିଛି ଭଂଜନଗର ଥାନା ପୋଲିସ । ଏହି ଥାନା ଅନ୍ତର୍ଗତ , ଗାମୁଣ୍ଡି ଗାଁ ର ସୂର୍ଯ୍ୟମଣି ପ୍ରଧାନ (୬୦) ଙ୍କ ଅଭିଯୋଗ ପ୍ରକାରେ ତଦନ୍ତ କରି ମାହାଙ୍ଗା ଠାରେ କାର୍ଯ୍ୟରତ ରାଜସ୍ବ ନୀରିକ୍ଷକ ଦିଲ୍ଲୀପ କୁମାର ମହାନ୍ତିଙ୍କୁ ଗିରଫ କରିଛି ଭଂଜନଗର ଥାନା ପୋଲିସ । ଥାନା ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ , ଗତ ୦୮-୦୯-୨୧ ତାରିଖରେ , ଗାଁମୁଣ୍ଡି ଗାଁ ର ସୂର୍ଯ୍ୟମଣି ପ୍ରଧାନ ଏତଲା ଦେଇଥିଲେ । ତାଙ୍କ ପରିବାରର ୪ ପୁଅ ଓ ଝିଅଙ୍କ ମଧ୍ୟରେ ଘର ଓ ଜମିଜମା ସଂକ୍ରାନ୍ତୀୟ ଲିଗାଲ୍ ହେୟାର ପ୍ରମାଣ ପତ୍ର ପାଇଁ ଗାମୁଣ୍ଡି ଆର୍ ଆଇ ଅଫିସରେ ଆବେଦନ ହୋଇଥିଲା । ଏଠାରେ ଥିବା ତତ୍କାଳୀନ ଅମିନ ସଂପୃକ୍ତ ପ୍ରମାଣ ପତ୍ର ବାବଦରେ କୈାଣସି ସଠିକ୍ ଅନୁସନ୍ଧାନ ନକରି ଜାଣିଶୁଣି ଭୂଲ ରିପୋର୍ଟ ଦେଇଥିଲେ । ପରବର୍ତ୍ତୀ ସମୟରେ ସେହି ରିପୋର୍ଟ ଆଧାରରେ ସଂପୃକ୍ତ ସ୍ଥାନର ପଟ୍ଟା ହୋଇଥିଲା । ଏନେଇ ପରିବାରର ଅନ୍ୟ ଉତ୍ତରାଧିକାରୀ ମାନେ ଅଭିଯୋଗ କରିବାରୁ ଭଂଜନଗର ଥାନାରେ ଏତଲା ଦିଆଯାଇଥିଲା । ପୋଲିସ ତଦନ୍ତ ପରେ ଜଣାପଡ଼ିଲା ଲିଗାଲ ହେୟାର ସାର୍ଟିଫିକେଟରେ ଭୁଲ୍ ରିପୋର୍ଟ ଦିଆଯାଇଛି । ପୋଲିସ ଖୋଜିଲା ସଂପୃକ୍ତ ଅମିନ ଦିଲ୍ଲିପ କୁମାର ମହାନ୍ତିଙ୍କୁ । ସେତେବେଳକୁ ଅମିନ ଦିଲ୍ଲିପ କୁମାର ପଦୋନ୍ନତି ପାଇ ମାହାଙ୍ଗା ଠାରେ ରାଜସ୍ବ ନୀରିକ୍ଷକ ହୋଇଥିଲେ । ତେବେ ଅତୀତରେ କରିଥିବା ଭୁଲକୁ ଆଧାର କରି ଦିଲ୍ଲିପଙ୍କୁ ମାହାଙ୍ଗାରୁ ଉଠାଇ ଆଣି ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଭଞ୍ଜନଗର ଥାନାଧିକାରୀ ଧିରେଶ କୁମାର ଦାସ ।

LEAVE A REPLY

Please enter your comment!
Please enter your name here