ଅବସର ପ୍ରାପ୍ତ ଆଇ.ପି.ଏସ ଅଫିସର କିଶୋର ମୋହନ ଲାଲଙ୍କ ବିୟୋଗରେ ଆଇ.ପି.ଏସ ସଂଘର ଶୋକ

0
225

କଟକ, ୨୯/୦୪/୨୦୨୨: ଅବସର ପ୍ରାପ୍ତ ଆଇ.ପି.ଏସ୍ ଅଫିସର କିଶୋର ମୋହନ ଲାଲ ଙ୍କ ବିୟୋଗରେ ରାଜ୍ୟ ଆଇ.ପି.ଏସ୍ ସଂଘର ସଭ୍ୟ ସଭ୍ୟା ମାନେ ଗଭୀର ମର୍ମାହତ ହୋଇଛନ୍ତି । ଆଜି ସନ୍ଧ୍ୟାରେ ରାଜ୍ୟ ପୋଲିସ ମୁଖ୍ୟାଳୟ, କଟକ ଠାରେ ପୋଲିସ ଡି.ଜି. ଶ୍ରୀ ସୁନିଲ କୁମାର ବଂଶଲ ଙ୍କ ଅଧ୍ୟକ୍ଷତାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇ ସ୍ବର୍ଗତଃ ଲାଲ ଙ୍କ ସ୍ମୃତିଚାରଣ କରାଯାଇଥିଲା । ଏହି ଅବସରରେ ସ୍ବର୍ଗତଃ ଲାଲ ଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ ଅର୍ପଣ କରାଯିବା ସହ ତାଙ୍କ ଅମର ଆତ୍ମାର ସତଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା । ସଂଘ ତରଫରୁ ସ୍ବର୍ଗତଃ ଲାଲ ଙ୍କ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା । ସ୍ବର୍ଗତଃ ଲାଲ ରାଜ୍ୟ ପୋଲିସ ତଥା କେନ୍ଦ୍ରରେ ବିଭିନ୍ନ ପଦ ପଦପଦବୀରେ ଦକ୍ଷତାର ସହ କାର୍ଯ୍ୟ ସଂପାଦନ କରିଥିଲେ ।ଏହି ସଭାରେ ଶ୍ରୀ ବିନୟତୋଷ ମିଶ୍ର, ଆଇ.ପି.ଏସ, ଡାଇରେକ୍ଟର, ଏସ.ସି.ଆର.ବି, ଶ୍ରୀ ସଞ୍ଜୀବ ପଣ୍ଡା, ଆଇ.ପି.ଏସ, ଏ.ଡି.ଜି.ପି (କ୍ରାଇମ ବ୍ରାଞ୍ଚ), ଶ୍ରୀ ୱାଇ.କେ. ଜେଠୱା, ଡାଇରେକ୍ଟର, ଭିଜିଲାନ୍ସ, ଶ୍ରୀ ଏସ. କେ. ପ୍ରିୟଦର୍ଶୀ, ଆଇ.ପି.ଏସ୍, ପୋଲିସ କମିଶନର, କଟକ ଭୁବନେଶ୍ବର, ଶ୍ରୀ ଅମିତେନ୍ଦ୍ର ନାଥ ସିହା, ଆଇ.ପି.ଏସ, ଆଇ.ଜି.ପି, ସି.ଆଇ.ଡି ସି.ବି, ଶ୍ରୀ ଅମିତାଭ ଠାକୁର, ଆଇ.ପି.ଏସ, ଆଇ.ଜି.ପି (ଅପରେସନ), ଶ୍ରୀ ଏସ୍. ପ୍ରବୀଣ କୁମାର, ଆଇ.ପି.ଏସ, ଆଇ.ଜି.ପି (ପର୍ସେନେଲ), ଶ୍ରୀ ଅନୁପ କୁମାର ସାହୁ, ଆଇ.ପି.ଏସ. ଡି.ଆଇ.ଜି, (ଇଣ୍ଟେଲିଜେନ୍ସ), ଶ୍ରୀ ପ୍ରତୀକ ସିଂ, ଆଇ.ପି.ଏସ, ଡି.ସି.ପି, କଟକ, ଶ୍ରୀ ପ୍ରହ୍ଲାଦ ସହାଇ ମିନା, ଆଇ.ପି.ଏସ, ଏ.ଆଇ.ଜି (ହେଡ୍‌କ୍ୱାଟର୍ସ) ଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଆଇ.ପି.ଏସ ସଂଘର ସେକ୍ରେଟାରୀ ଶ୍ରୀ ଏସ. କେ. ପ୍ରିୟଦର୍ଶୀ, ଆଇ.ପି.ଏସ, ପୋଲିସ କମିଶନର ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here