ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଲୋଗୋ ଉନ୍ମୋଚିତ

0
251

ବୁଗୁଡା, ୩୦/୦୪/୨୦୨୨ : ବୁଗୁଡା ବ୍ଳକ ଅନ୍ତର୍ଗତ ବାଲିପଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମଗ୍ର ଶିକ୍ଷା ଲୋଗୋ ଉନ୍ମୋଚନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟେକ ଏଲିମେଣ୍ଟାରୀ ବିଭାଗର ବିଦ୍ୟାଳୟ ଗୁଡିକରେ ସମଗ୍ର ଶିକ୍ଷାର ଲୋଗୋ ଅଙ୍କନ କରି ଉନ୍ମୋଚନ କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହି ନିର୍ଦ୍ଦେଶ କ୍ରମେ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷୟିତ୍ରୀ ତେଜସ୍ୱିନୀ ଦାଶ ଓ ଏସଏମସି ସଭାପତି ରଙ୍କନିଧି ପୋଲାଇ ଲୋଗୋ ଉନ୍ମୋଚନ କରିଥିଲେ। ଏହି କର୍ଯ୍ୟକ୍ରମରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଶଙ୍କର ପରିଡା, ବିକ୍ରମ କୁମାର ବେହେରା, ସୁଦାମ ବେହେରା, ପ୍ରଶାନ୍ତ କୁମାର ସାହୁ, ରାଜେନ୍ଦ୍ର କୁମାର ପାତ୍ର, ଓ କାଳିଆ ପାଣିଗ୍ରାହୀ ଏବଂ ସହକାରୀ ଶିକ୍ଷୟିତ୍ରୀ ଶର୍ମିଳା ରାଣୀ ଦାଶ, ପ୍ରମିତା କୁମାରୀ ପଟ୍ଟନାୟକ, ଏନ କାନ୍ନକୀ ପ୍ରଧାନ, ବନସ୍ମିତା ସାହୁ ଓ ସୁଚିସ୍ମିତା ସିଂ ଯୋଗ ଦେଇଥିଲେ। ଏଥିସହ ଅଭିଭାବକ ତଥା ଗ୍ରାମବାସୀ ବୃନ୍ଦଙ୍କୁ ସର୍ବଶିକ୍ଷା ଅଭିଯାନର ଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ ଅବଗତ କରାଯାଇଥିଲା।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here