ଅନ୍ତର୍ଜାତୀୟ ଶ୍ରମିକ ଦିବସ ଓ ହସ ଦିବସ ପାଳନ

0
301

ବ୍ରହ୍ମପୁର,୦୧/୦୫/୨୦୨୨: ଆଜି ମଇ ପହିଲା ଦିବସରେ ସମଗ୍ର ବିଶ୍ୱରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ଓ ହସ ଦିବସ ପାଳନ ହେଉଥିବା ବେଳେ ବ୍ରହ୍ମପୁରର ଅଗ୍ରଣୀ ଅନୁଷ୍ଠାନ ଓଁ ମର୍ଣ୍ଣିଙ୍ଗ ଲଫିଙ୍ଗ କ୍ଲବ ଦ୍ୱାରା ଆଜି ଏହି ଦିବସକୁ ଏକ ନିଆରା ଢଙ୍ଗରେ ପାଳନ ହୋଇଛି l କ୍ଲବ ର ସମ୍ପାଦକ ସମାଜସେବୀ ବଂଶୀଧର ଭୂୟାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଆଇନଜୀବୀ ଅବନୀ ଗୟା ଓ ଗଣମାଧ୍ୟମ ପ୍ରତିନିଧି କଣ୍ଠଶିଳ୍ପୀ ସୁଦିପ କୁମାର ସାହୁ ଯୋଗ ଦେଇଥିଲେ । ନିୟମିତ ଭାବେ ଭୋର ସକାଳୁ ବିଭିନ୍ନ ପ୍ରକାର ଶାରୀରିକ ବ୍ୟାୟାମ ପରେ ବୟସ ଅନୁସାରେ ତିନୋଟି ଭାଗରେ ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ୭୦ବର୍ଷରୁ ୮୦ବର୍ଷ,୬୦ବର୍ଷରୁ ୭୦ବର୍ଷ ଓ ୫୦ବର୍ଷରୁ ୬୦ବର୍ଷ ଏହିପରି ତିନୋଟି ଦୌଡ଼ ପ୍ରତିଯୋଗିତାରେ ଇଂ.ବି.ଭଗବତୀ ରାଓ, ଦୈତ୍ୟlରୀ ବେହେରା ଓ ସୁଦର୍ଶନ ମହାପାତ୍ର କ୍ରମାଗତଭାବେ ପ୍ରଥମ ସ୍ଥାନ ହାସଲ କରିଛନ୍ତି ।ଆଜିର ଶ୍ରମିକ ଦିବସ ଓ ହସ ଦିବସ ପାଳନ ପରିପ୍ରେକ୍ଷୀରେ ଅତିଥିମାନେ ଆଲୋଚନା କରିଥିଲେ ।ଆଜି ଦେଶର କୃଷି, ଶିଳ୍ପ ଓ ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟରେ ଯେଉଁ କୃଷକ ଶ୍ରମିକ ମାନଙ୍କର ଅବଦାନ ରହିଛି, ସେମାନଙ୍କ ଆର୍ଥିକ ଓ ସାମାଜିକ ସୁରକ୍ଷା ପାଇଁ ଆଜି ସରକାର ଅନେକ କିଛି କରିବାପାଇଁ ବାକି ରହିଛି । ସେମାନଙ୍କ ପରିବାରର ପିଲାମାନେ ଆଜି ଶିକ୍ଷାରୁ ବଞ୍ଚିତ ହେଉଛନ୍ତି, ଟଙ୍କା ଅଭାବରୁ ଉଚିତ ଚିକିତ୍ସା ସେବା ପାଇପାରୁନାହାନ୍ତି । ସାମାଜିକଭାବେ ବିଭିନ୍ନ ପ୍ରକାର ବିକାଶର ପ୍ରକ୍ରିୟାରୁ ସେମାନେ ବଂଚିତ ହେଉଛନ୍ତି ।ଏଣୁ ସମସ୍ତଙ୍କ ମୁହଁରେ ହସ ଫୁଟାଇବାପାଇଁ ହେଲେ ତଳ ଶ୍ରେଣୀରେ ରହିଯାଇଥିବା ବିରାଟ ବର୍ଗ ପାଇଁ ଅନେକ କିଛି କରିବାକୁ ବାକି ଅଛି ବୋଲି ଶ୍ରୀ ଗୟା ମତବ୍ୟକ୍ତ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ କ୍ଲବ ସଭ୍ୟବୃନ୍ଦ ଏ. ଚନ୍ଦ୍ର ଶେଖର ରାଓ, ଅମୁଲ୍ୟ ଚନ୍ଦ୍ର ପଣ୍ଡା, ଅରୁଣ ପାଣିଗ୍ରାହୀ, ଅମର କୃଷ୍ଣ ସାହୁ, ବିଷ୍ଣୁ ଚରଣ ବେହେରା, ବୃନ୍ଦାବନ ପରିଡା, ବିପ୍ର ଚରଣ ସାହୁ, ବିଶ୍ୱମ୍ବର ବେହେରା, ଗୋବିନ୍ଦ ଚନ୍ଦ୍ର ମଣ୍ଡଳ, କେ. ଧର୍ମା ରାଓ, କେ. ଗୁରୁମୂର୍ତ୍ତି, କରୁଣାକର ଗୌଡ଼, ନୃସିଂହ ବେହେରା, ପ୍ରଦୀପ କୁମାର ସାବତ, ପ୍ରକାଶ ଚନ୍ଦ୍ର ପାଢ଼ୀ, ପୂର୍ଣ୍ଣ ଚନ୍ଦ୍ର ସାହୁ, ରାମ ଚନ୍ଦ୍ର ସାହାଣୀ, ରମେଶ ଚନ୍ଦ୍ର ଗୌଡ଼, ରମେଶ ଚନ୍ଦ୍ର ପଟ୍ଟନାୟକ, ରବି ନାରାୟଣ ଦାଶ, ରମେଶ ଚନ୍ଦ୍ର ମହାନ୍ତି, ସଦାନନ୍ଦ ବେହେରା, ଶରତ ଚନ୍ଦ୍ର ପଣ୍ଡା, ସିମାଞ୍ଚଳ ମହାନ୍ତି, ସୁରେନ୍ଦ୍ର ନାଥ ପଣ୍ଡା, ତାରିଣୀ ଚରଣ ପାତ୍ର,କେ. ଭେଙ୍କେଟ ରମଣ ସୁବୁଦ୍ଧି, ସୁଦର୍ଶନ ମହାପାତ୍ର, ଜଟେଶ୍ୱର ସାବତ, ରମାକାନ୍ତ ସାହୁ, ସଦାନନ୍ଦ ରାଉଳ, ହନି ସୁବେଦାର ମନୋଜ ସୁବାଷ ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ପରିଚାଳନାରେ ଇଂ. ଭଗବତୀ ରାଓ, ଦେବରାଜ ଗୌଡ଼, ସୋମନାଥ ସାମନ୍ତରାୟ, ଦୈତ୍ୟାରୀ ବେହେରା, ଡା. ସୁଜିତ ପାଣିଗ୍ରାହୀ ଓ ଦୁର୍ଗା ଚରଣ ମିଶ୍ର ସହଯୋଗ କରିଥିଲେ । ଶେଷରେ କବି ପ୍ରଦୀପ ଶତପଥୀ ଧନ୍ୟବାଦ ଜଣାଇଥିଲେ l

LEAVE A REPLY

Please enter your comment!
Please enter your name here