ମୁଖ୍ୟ ଶାସନ ସଚିବଙ୍କ ତାଗିଦ୍‌କୁ ଫୁ; ଘନଘନ ଅଘୋଷିତ ବିଦ୍ୟୁତ୍‌ କାଟ୍‌, ଇନଭେଟର ବିକ୍ରି ବୃଦ୍ଧି ପାଇଁ ଚକ୍ରାନ୍ତ କି?

0
369

ବ୍ରହ୍ମପୁର, ୧୨/୦୫/୨୦୨୨:ବ୍ରହ୍ମପୁର ସହରରେ ଅଘୋଷିତ ବିଦ୍ୟୁତ କାଟ। ବନ୍ଦ ହେଉନି ପାୱାର କଟ୍ ।କେବଳ ବ୍ରହ୍ମପୁର ସହରରେ ଏପରି ସମସ୍ୟା ନାହିଁ ବରଂ ରାଜ୍ୟ ସାରା ସମାନ ପରିସ୍ଥିତି। ପ୍ରଶ୍ନ ଉଠୁଛି ଯେ, ବିଦ୍ୟୁତ୍ ବଳକା ରାଜ୍ୟ ଓଡ଼ିଶାରେ କାହିଁକି କଟୁଛି ବିଜୁଳି? କାହିଁକି ରାଜ୍ୟବାସୀଙ୍କୁ ମିଳିପାରୁନି ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା? ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ ପରେ ବି କେମିତି ପାୱାର କଟ୍ ହେଉଛି ?
ମେ ମାସ ଆରମ୍ଭରୁ ରାଜ୍ୟରେ ବିଜୁଳି ସଙ୍କଟ ନାହିଁ ବୋଲି ସରକାର ଡିଣ୍ଡିମ ପିଟୁଛନ୍ତି । ଖୋଦ୍ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ସଚିବ ସଫା ସଫା କହିଥିଲେ ମଧ୍ୟ ବାସ୍ତବ ସ୍ଥିତି କିନ୍ତୁ ପୁରାପୁରି ଅଲଗା ।ଦୀର୍ଘ ଦିନ ଧରି ବ୍ରହ୍ମପୁର ସହର ର ବିଭିନ୍ନ ସ୍ଥାନରେ ସକାଳ, ସଞ୍ଜ, ରାତି ଏପରିକି ଡହ ଡହ ଖରାବେଳେ ମଧ୍ୟ ପାୱାର କଟ୍ ହେଉଛି । ଘନ ଘନ ଅଘୋଷିତ ବିଦ୍ୟୁତ୍ କାଟ୍‌ରେ ଜନସାଧାରଣ ଅସ୍ତବ୍ୟସ୍ତ ହେଉଛନ୍ତି ।‘ଦିନେ କି ଦୁଇ ଦିନ ନୁହେଁ, ଏଭଳି ବାରମ୍ବାର ଅଘୋଷିତ ବିଜୁଳି କାଟ ହେଉଛି’।ରାଜ୍ୟରେ ପାୱାର କଟ୍ ନକରିବାକୁ କିଛି ଦିନ ତଳେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଦିନ ବେଳା ବିଦ୍ୟୁତ ନକାଟିବା ସହ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏପରିକି ନିକଟରେ ବିଧାନସଭା ରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶକ୍ତି ସମ୍ପର୍କିତ ଗୃହ କମିଟି ମଧ୍ୟ ରାଜ୍ୟରେ ପାୱାର କଟ୍ ସମସ୍ୟାକୁ ନେଇ ଉଦବେଗ ପ୍ରକାଶ କରିବା ସହ ଦିନବେଳା ବିଦ୍ୟୁତ କାଟ ନ କରିବା ପାଇଁ ବିଦ୍ୟୁତ ବଣ୍ଟନକାରୀ ସଂସ୍ଥା ମାନଙ୍କୁ ତାଗିଦ କରିଥିଲେ ।ଏତେ ସବୁ ପରେ ବି ରାଜ୍ୟରେ ବନ୍ଦ ହେଉନି ପାୱାର କଟ୍ । ପ୍ରଶ୍ନ ଉଠୁଛି ଯେ, ବିଦ୍ୟୁତ୍ ବଳକା ରାଜ୍ୟ ଓଡ଼ିଶାରେ କାହିଁକି କଟୁଛି ବିଜୁଳି? କାହିଁକି ରାଜ୍ୟବାସୀଙ୍କୁ ମିଳିପାରୁନି ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା? ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ ପରେ ବି କେମିତି ପାୱାର କଟ୍ ହେଉଛି ? ତେବେ ସହରରେ ଅଘୋଷିତ ବିଦ୍ୟୁତ କାଟ କରି ଇନଭେଟର ବିକ୍ରି ବୃଦ୍ଧି କରିବା ପାଇଁ ବିଦ୍ୟୁତ ବଣ୍ଟନକାରୀ ସଂସ୍ଥା ଟାଟା ପାଓ୍ବର କମ୍ପାନୀ ର କିଛି ଅଧିକାରୀ ଙ୍କ ସହ ଅସାଧୁ ବ୍ୟବସାୟୀ ଙ୍କ ସହ ମିଶି ଚକ୍ରାନ୍ତ ହୋଉଥିବା ସାଧାରଣ ରେ ଆଲୋଚନା ହେଉଛି।ଏପରି ଅଭିଯୋଗ ମଧ୍ୟ ପୂର୍ବରୁ ବିଦ୍ୟୁତ ବଣ୍ଟନ କାରୀ ସଂସ୍ଥା ସାଉଥକୋ ସମୟରେ ହୋଇଥିଲା, ଯାହାକି ପରବର୍ତ୍ତୀ ସମୟରେ ସତ୍ୟତା ପ୍ରମାଣିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here