ଆଉ କିଛି ସମୟ ପରେ ସ୍ଥଳଭାଗ ଛୁଇଁବ ବାତ୍ୟା “ଅସାନି”, ଓଡ଼ିଶାରେ ନାହିଁ ବିଶେଷ ପ୍ରଭାବ।

0
351

ଭୂବନେଶ୍ୱର,୧୧/୦୫/୨୦୨୨:
ଆଉ କିଛି ସମୟ ପରେ ସ୍ଥଳଭାଗ ଛୁଇଁବ ବାତ୍ୟା “ଅସାନି” ।ଏହା ଓଡ଼ିଶାରେ ବିଶେଷ ପ୍ରଭାବ ରହିବ ନାହିଁ।ସ୍ଥଳଭାଗ ଛୁଇଁବା ପରେ ରିକର୍ଭ କରି ସମୁଦ୍ର ଭିତରକୁ ଫେରିଯିବ ଅସାନି । ପରେ ଦୁର୍ବଳ ହୋଇ ଅବପାତର ରୂପ ନେବ।ଆନ୍ଧ୍ରପ୍ରଦେଶ ର କାକିନାଡ଼ା ଓ ମଛଲିପଟନମ ମଧ୍ୟରେ ଲ୍ୟାଣ୍ଡଫଲ କରିବ ଅସାନି ।କାଲି ସକାଳ ସୁଦ୍ଧା ସମୁଦ୍ରକୁ ପୁଣି ପଶି ଉପକୂଳ ଦେଇ ଗତି କରିବ।
ସମୁଦ୍ରକୁ ପୁଣି ଫେରିବା ବେଳକୁ ଅବପାତରେ ପରିଣତ ହୋଇଥିବ।
ବାତ୍ୟା ନେଇ ଓଡ଼ିଶାରେ କିଛି ବିପଦ ଆଶଙ୍କା ନାହିଁ।କେବଳ କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣ ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଉଛି।ଗତ ୨୪ ଘଣ୍ଟାରେ ଖୋର୍ଦ୍ଧାରେ ସର୍ବାଧିକ ୨୮.୬ ମି ବର୍ଷା ରେକର୍ଡ କରାଯାଇଛି। ଗଜପତିରେ ୨୨.୯, ନୟାଗଡ଼ରେ ୧୯.୬ ମି. ବର୍ଷା ରେକର୍ଡ ହୋଇଛି।ବ୍ଲକ ହିସାବରେ ଘସିପୁରାରେ ସର୍ବାଧିକ ୭୨ ମିମି ବର୍ଷା ହୋଇଛି

LEAVE A REPLY

Please enter your comment!
Please enter your name here