ପୋଲସରା, ୧୫/୦୫/୨୦୨୨: ଗଞ୍ଜାମ ଜିଲ୍ଲାର ପୋଲସରା ସହରର ୩ ନଂ ୱାର୍ଡରେ ମିନି ପାର୍କ ନିର୍ମାଣ ପାଇଁ ଏନଏସି ଅଧ୍ୟକ୍ଷା ସଂଗୀତା ବେହେରାଙ୍କ ଦ୍ବାରା ଭୂମିପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଭୂମି ପୂଜନ କାର୍ଯ୍ୟକ୍ରମରେ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦୁର୍ଯ୍ୟୋଧନ ସାହୁ, ଏନଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ୩ ନଂ ୱାର୍ଡ କାଉନସିଲର ଙ୍କ ପ୍ରତିନିଧି ଲକ୍ଷ୍ମଣ ପରିଡା, ଏନଏସି ସିଓ ଅନିତା ସାହୁ, ଏନଏସି ଜେଇ ଚିତ୍ରସେନ ରେଡି, ସମାଜସେବୀ ଚନ୍ଦନ ପୋଲାଇ ପ୍ରମୁଖଙ୍କ ସମେତ ୱାର୍ଡର ଜନସାଧାରଣ ଉପସ୍ଥିତ ଥିଲେ। ଏଥିସହ ଉପନଗରପାଳ ସନ୍ତୋଷ କୁମାର ବେହେରା ଏନଏସିର ୫ ନଂ ୱାର୍ଡର ପାତିଗଡ଼ ରେ ନିର୍ମାଣଧୀନ ମିଶନ ଶକ୍ତି ଗୃହ କାର୍ଯ୍ୟର ଅଗ୍ରଗତି ବିଷୟ ନେଇ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କ ସହ ଆଲୋଚନା କରିଥିଲେ। ଅଧ୍ୟକ୍ଷା, ଉପାଧ୍ୟକ୍ଷ,ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିଭିନ୍ନ ୱାର୍ଡ ପରିଦର୍ଶନ କରି ବିଭିନ୍ନ ସମସ୍ୟା ବୁଝିଥିବା ଯୋଗୁଁ ଜନସାଧାରଣ ସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛ।
ରିପୋର୍ଟ:ଅନିଲ କୁମାର ମହାରଣା