ବାଚସ୍ପତିଙ୍କ ସହ ଆଲୋଚନା ପରେ ସ୍ଥଗିତ ରହିଲା ଗଣମାଧ୍ୟମ ପ୍ରତିନିଧିଙ୍କ ଗଣଧାରଣା , ଉଚ୍ଚସ୍ତରୀୟ ବୈଠକରେ ଏମ୍.କେ.ସି.ଜି ର ସମସ୍ୟାକୁ କରାଯିବ ସମୀକ୍ଷା

0
322

ବ୍ରହ୍ମପୁର,୧୯/୦୫/୨୦୨୨:ଗତ ଚାରି ଦିନ ଧରି ଶାନ୍ତିପୂର୍ଣ୍ଣ ଭାବରେ ଏମ୍.କେ.ସି.ଜି ର ପ୍ରମୁଖ ବିଷୟକୁ ନେଇ ଗଣଧାରଣା ଦେଇ ଆସୁଥିବା କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନେ ବାଚସ୍ପତିଙ୍କ ସହ ଆଲୋଚନା କରିବା ପରେ ଏହାକୁ ସ୍ଥଗିତ ରଖାଯାଇଛି । ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ କଲେଜ ଉପରେ ବ୍ରହ୍ମପୁର ସହର ସମେତ ଦକ୍ଷିଣ ଓଡିଶାର ଜନସାଧାରଣ ନିର୍ଭର କରୁଥିଲେ ମଧ୍ୟ ଏଠାରେ ଡାକ୍ତର ଅଭାବ ସାଙ୍ଗକୁ ଟ୍ରମା କେୟାର ସେଣ୍ଟର ସଂପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବା , ବର୍ଣ୍ଣକେୟାର ୟୁନିଟ୍ ଖୋଲାଯିବ ସହିତ ଏମ୍.କେ.ସି.ଜି ର କାଜୁଆଲଟି ରେ ବରିଷ୍ଠ ଚିକିତ୍ସକ ନିଯୁକ୍ତି ସହିତ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବା ଭଳି ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଗଣମାଧ୍ୟମ ପ୍ରତିନିଧି ମାନେ ଗୁରୁବାର ବାଚସ୍ପତିଙ୍କ ସହ ଆଲୋଚନା କରିଥିଲେ । ଏଣୁ ଏଭଳି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଆସନ୍ତା କିଛି ଦିନ ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସ୍ୱାସ୍ଥମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ ବିଭାଗର ସଚିବ ଓ ବରିଷ୍ଠ ବିଭାଗୀୟ ଅଧିକାରୀଙ୍କ ସହିତ ବ୍ରହ୍ମପୁରର ସାଂସଦ , ବିଧାୟକ ଏବଂ ଗଣମାଧ୍ୟମ ପ୍ରତିନିଧି ଙ୍କ ଉପସ୍ଥିତିରେ ଏହି ଉଚ୍ଚସ୍ତରୀୟ ବୈଠକ କରାଯିବ । ସେହି ବୈଠକରେ ଏମ୍.କେ.ସି.ଜି ମେଡିକାଲର ବିଭିନ୍ନ ପ୍ରମୁଖ ବିଷୟକୁ ନେଇ ଆଲୋଚନା କରାଯିବ ବୋଲି କହିଛନ୍ତି ବାଚସ୍ପତି । ଇତି ମଧ୍ୟରେ ଏମ୍.କେ.ସି.ଜିର ମୁଖ୍ୟ ଫାଟକ ସମୁଖରେ ଚାଲିଥିବା ଧାରଣାସ୍ଥଳକୁ ଆସି ଏମ୍.କେ.ସି.ଜି ର ଅଧ୍ୟକ୍ଷ ପ୍ରଫେସର ଅବନୀକାନ୍ତ ମିଶ୍ର ଏବଂ ଅଧିକ୍ଷକ ପ୍ରଫେସର ଡାକ୍ତର ସନ୍ତୋଷ କୁମାର ମିଶ୍ର ଆଲୋଚନା କରିଥିବା ବେଳେ ଗଣମାଧ୍ୟମ ପ୍ରତିନିଧି ମାନେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଡି.ଆଓ ଙ୍କ ସହ ମଧ୍ୟ ଆଲୋଚନା କରିବା ସହ ଦାବୀପତ୍ର ପ୍ରଦାନ କରିଥିଲା । ହେଲେ ଶେଷରେ ଏଭଳି ଆଲୋଚନା ପରେ ଏହି ଶାନ୍ତିପୂର୍ଣ୍ଣ ଗଣଧାରଣାକୁ ସ୍ଥଗିତ ରଖାଯାଇଥିବା ବ୍ରହ୍ମପୁରର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନେ ଏକ ବୈଠକ କରି ସ୍ଥିର କରାଯାଇଥିଲା । ତେବେ ଭୂବନେଶ୍ୱର ଠାରେ ଆଗାମୀ ଦିନରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବୈଠକ କରାଯାଇ ସମସ୍ୟା ସମାଧାନ ବାଟ ଖୋଜିବା କେତେଦୂର ଫଳପ୍ରଦ ସମୟ ହିଁ କହିବ।ଏଠାରେ ଉଲ୍ଲେଖଯୋଗ୍ୟ ଯେ,ଗତ କିଛି ଦିନ ତଳେ ଭୂବନେଶ୍ୱର ରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଜୁଳି ସମସ୍ୟା ନେଇ ବୈଠକ ଅନୁଷ୍ଠିତ ହୋଇଥିଲା।ସେଥିରେ ଅଘୋଷିତ ବିଦ୍ୟୁତ କାଟ ସହ ଦିନବେଳା ବିଜୁଳି କାଟ ନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା ।କିନ୍ତୁ ତାହା ବାସ୍ତବରେ କାର୍ଯ୍ୟକାରୀ ହେଉନାହିଁ।ଏଣୁ ଏହି ବୈଠକ ହେଲେ ମଧ୍ୟ ସମସ୍ୟା ର ସୁଧାର ଆସିବ କି ନାହିଁ , ଏବେ ତାହା ଉପରେ ସମସ୍ତ ଙ୍କ ନଜର ରହିବ।

LEAVE A REPLY

Please enter your comment!
Please enter your name here