ସରିଲା ପଳାସପୁର ଠାକୁରାଣୀ ଯାତ୍ରା , ମନ୍ଦିର ପ୍ରତ୍ୟାବର୍ତ୍ତନ କଲେ ମାଁ ।

0
194

ସାନଖେମୁଣ୍ଡି , ୨୨/୦୫/୨୦୨୨: ଗଞ୍ଜାମ ଜିଲ୍ଲା ପାଟପୁର ନିକଟ ପଲାଶପୁର ସ୍ଥିତ ପ୍ରସିଦ୍ଧ ମାଁ ଠାକୁରାଣୀଙ୍କ ପ୍ରଥମ ଯାତ୍ରା ଉତ୍ସବ ଶୁକ୍ରବାର ଦିନ ଉଦଯାପିତ ହୋଇଅଛି । ଦୀର୍ଘ ପାଞ୍ଚଦିନ ବ୍ୟାପୀ ଚାଲିଥିବା ଏହି ଉତ୍ସାହ ଓ ଉଦ୍ଧିପନାର ପ୍ରଥମ ଯାତ୍ରାକୁ ଗ୍ରାମ ବୁଦ୍ଧିଜୀବୀ ଓ ଯୁବଗୋଷ୍ଠୀଙ୍କ ଦ୍ଵାରା ମହା ଆଡମ୍ବର ସହକାରେ ପାଳିତ ହୋଇଥିବା ବେଳେ ପ୍ରଥମ ଥର ଲାଗି ମାଁ ବୁଢ଼ୀ ଠାକୁରାଣୀଙ୍କୁ ଗ୍ରାମକୁ ନିମନ୍ତ୍ରଣକରି ଅସ୍ଥାୟୀ ପୀଠରେ ଅବସ୍ଥାନ କରାଇଛନ୍ତି । ପଳାସପୁର ଗ୍ରାମରେ ପ୍ରଥମ କରି ଏହି ଯାତ୍ରା ଆରମ୍ଭ ହୋଇ ମହାଆଡମ୍ବରରେ ପାଳିତ ହେବା ସମୟ ଉପଯୋଗି ସହିତ ନିର୍ବିଘ୍ଣରେ ହୋଇଥିବାରୁ ଗ୍ରାମବାସୀ ମାଁ ଙ୍କ କରୁଣା ନେଇ ଆଶାବାଦୀ ହୋଇଛନ୍ତି । ଉଦଯାପନୀ ଦିନରେ ଅସ୍ଥାୟୀ ମଣ୍ଡପରୁ ମାଆଙ୍କୁ ପୂଜାର୍ଚନା କରିବା ପରେ ଗ୍ରାମଭ୍ରମଣ କରା ନିଜ ମନ୍ଦିରରେ ପ୍ରତ୍ୟାଗମନ କରାଇଛନ୍ତି ।ପ୍ରଥମ ଦିନ ମାଁ ଅସ୍ଥାୟୀ ମଣ୍ଡପ ନିମନ୍ତ୍ରିତ ହୋଇଥିବାବେଳେ ଦ୍ୱତୀୟ ଦିନ ବିଶାଳ ସୁଦୃଶ୍ୟ ଜନସମାଗମରେ ମାଆ ଗ୍ରାମ୍ ପରିକ୍ରମା କରିଥିଲେ l ତୃତୀୟ ଦିନ ଅସ୍ଥାୟୀ ମଣ୍ଡପ ନିକଟରେ ସଂସୃତିକ କାର୍ଯ୍ୟକ୍ରମ ପୌରାଣିକ ନାଟକ ରାମାୟଣ ମଞ୍ଚସ୍ଥ ହୋଇଥିଲା । ଚତୁର୍ଥ ଦିନ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭରାତଲୀଳା ନାଟକ ଓ ପଞ୍ଚମ ଦିନ ସନ୍ଧ୍ୟାରେ ମାଁ ନିଜ ମନ୍ଦିରକୁ ପ୍ରତ୍ୟାଗମନ କରିଥିଲେ । ଏହି ଅବସରରେ ମଧ୍ୟ ଗ୍ରାମବାସୀଙ୍କ ସହାୟତାରେ ରାତ୍ରକାଳୀନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଶ୍ରୀ ଶ୍ରୀ ମାଁ ବୁଢ଼ୀଠାକୁରାଣୀ ଆଶୀର୍ବାଦରେ ୫ ଦିନ ବ୍ୟାପୀ ଯାତ୍ରା ଉତ୍ସବ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଥିବାରୁ, ପଳାସପୁର ଗ୍ରାମବାସୀଙ୍କ ପକ୍ଷରୁ, ଯୁବ ସ୍ଵେଚ୍ଛାସେବୀ , ସହଯୋଗୀ ଏବଂ ପୋଲିସ ପ୍ରଶାସନଙ୍କୁ ଯାତ୍ରା କମିଟିର ସଭାପତି ଜଗନ୍ନାଥ ପାଣିଗ୍ରାହୀ, ଉପସଭାପତି ବିଜୟ ମହାପାତ୍ର, ସମ୍ପାଦକ ଜି ସଞ୍ଜୟ କୁମାର ରେଡ୍ଡୀ, ସାହସମ୍ପାଦକ ପଦ୍ମନାଭ ଗୌଡ଼, କୋଷାଧକ୍ଷ ନୀଳମାଧଵ ସାହୁ ପ୍ରମୁଖ କୃତଜ୍ଞତା ଜ୍ଞାପନ କରିଚନ୍ତି । ଯାତ୍ରାକୁ ପରିଚାଳନାରେ ଉପଦେଷ୍ଟା ଥିବା ଗ୍ରାମର ପଞ୍ଚାନନ ଅଚାରୀ, ରବୀନ୍ଦ୍ର ବେହେରା, ହରିହର ପାତ୍ର, ବାଳକୃଷ୍ଣ ଚୌଧୁରୀ,ସରପଞ୍ଚ ଜାଗିଲି ସେଠୀ, ଶୁକଦେବ ରେଡ୍ଡୀ,ଅଶୋକ ସାହୁ, ଗୋପୀନା ପାତ୍ର ପ୍ରମୁଖ ମାଁ ଠାକୁରାଣୀଙ୍କ ଅପାର କରୁଣା ଏବଂ ଅଞ୍ଚଳବାସୀଙ୍କ ସହଯୋଗକୁ ସାଧୁବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here