ପୋଡ଼ାମାରିରେ ପଞ୍ଚାୟତ ସ୍ତରୀୟ “ମୋ ଗେହ୍ଲା ଝିଅ” ଓ “ନିର୍ଭୟା କଢି” ସଚେତନା କାର୍ଯ୍ୟକ୍ରମ ।

0
421

ବ୍ରହ୍ମପୁର, ୨୨/୦୫/୨୦୨୨:
ସାନଖେମୁଣ୍ଡି ସମନ୍ଵିତ ଶିଶୁ ବିକାଶ ସେବା ପ୍ରକଳ୍ପ ଆନୁକୁଲ୍ୟରେ ଶନିବାର ଦିନ ପୋଡାମାରୀରେ ପଞ୍ଚାୟତ ସ୍ତରୀୟ ମୋ ଗେହ୍ଲା ଝିଅ ଓ ନିର୍ଭୟା କଢି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୋଡାମାରୀ ପଂଚାୟତ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କନ୍ୟା ସନ୍ତାନ ପ୍ରତି ସମାଜରେ ଥିବା ଅସୂୟା ମନୋଭାବକୁ ଦୂରେଇ ସେମାନଙ୍କ ଯତ୍ନ ନେବା , ଉପଯୁକ୍ତ ଶିକ୍ଷାଦାନ ପାଇଁ ପଦକ୍ଷେପ ନେବା ସହ ସ୍ୱାବଲମ୍ବୀ କରାଇବା , ସେମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ ସହ ବାଲ୍ୟ ବିବହାରୁ ନିବୃତ କରାଇବା ନେଇ ପଂଚାୟତ ସ୍ତରୀୟ ସଚେତନା କରାଯାଇଥିଲା । ସାନଖେମୁଣ୍ଡି ପ୍ରକଳ୍ପ ଅଧିକାରିଣୀ ଶ୍ରୀମତୀ ଅର୍ଚ୍ଚନା କହଁରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ବିକାଶ ଅଧିକାରୀ ସୂରେଖା ସୁନ୍ଦରୀ ମଲିକ , ଅତିରିକ୍ତ ସମାଜ ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାସ ,
ଆକ୍ସନ ଏଡର ଜିଲ୍ଲା ସଂଯୋଜକ ଦେବବ୍ରତ ମାହୁନ୍ତ , ପୋଡାମାରୀ ସରପଞ୍ଚ ସନ୍ତୋଷ କୁମାର ବିଷୋୟୀ , ସମିତିସଭ୍ୟା ପି. ଚନ୍ଦ୍ରମା ପାତ୍ର , ସିଆରସି ନୀଳାଚଳ ନାୟକ ପ୍ରମୁଖ ମଞ୍ଚାସିନ ରହି ସମ୍ବର୍ଦ୍ଧିତ ହେବା ସହା କାର୍ଯ୍ୟକ୍ରମ ଜନିତ ସୁଚିନ୍ତିତ ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ଆୟୋଜିତ ମୋ ଗେହ୍ଲା ଝିଅ ଅନ୍ତର୍ଗତରେ ପଞ୍ଚାୟତର କିଛି ଶିଶୁ କନ୍ୟାଙ୍କ ସହ କନ୍ୟାଙ୍କ ମାଆ ଙ୍କୁ ସମ୍ମାନିତ କରାଯାଇଥିଲା । ଆଦ୍ଵିକା ଓ ନିର୍ଭୟା କଢି କାର୍ଯ୍ୟକ୍ରମ ଆନ୍ତର୍ଗତରେ ବହୁ କିଶୋରୀ ବାଳିକା ଅଂଶଗ୍ରହଣ କରି ସଚେତନତାଧର୍ମି ପ୍ଲାକାର୍ଡ ସହ ସଚେତନତା ରାଲିର ଆୟୋଜନ କରିଥିଲେ । ପ୍ରକଳ୍ପର ସମସ୍ତ ଅଞ୍ଚଳ ପରିଦର୍ଶିକା , ସେକ୍ଟରର ଅଙ୍ଗନୱାଡ଼ି କର୍ମୀଙ୍କ ସହ ସ୍ବେଚ୍ଛାସେବୀ ପି , ରାମେଶ୍ବର ପାତ୍ର , ମିଶନ ଶକ୍ତି ବ୍ଲକ୍ ସଂଯୋଜକ ଦୁର୍ଯ୍ୟୋଧନ ମଲିକ , ମିଶନ ଶକ୍ତି ସଂଜୋଜିକା ଅନିମା ପ୍ରଧାନ ,ସେକ୍ଟର ପରିଦର୍ଶିକା ମାମତାଞ୍ଜଳି ପଣ୍ଡାଙ୍କ ସମେତ ସମସ୍ତ ଅଙ୍ଗନୱାଡ଼ି କର୍ମୀ , ସହାୟିକା , ମିଶନ ଶକ୍ତି କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here