ଗଂଜାମ ଜିଲ୍ଲାପାଳଙ୍କ ସହାୟତାରେ ଚେନ୍ନାଇରୁ ଫେରିଲା ଓଡିଆ ଶ୍ରମିକଙ୍କ ମରଶରୀର

0
280

ବ୍ରହ୍ମପୁର,୨୪/୦୫/୨୦୨୨(ଟୁକୁନା ପ୍ରଧାନ) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସହାୟତାରେ ନିଜ ଜନ୍ମ ମାଟିକୁ ଫେରିଲା ପ୍ରବାସୀ ଶ୍ରମିକଙ୍କ ମୃତଦେହ l ଗତ ୨୨ ତାରିଖ ଦିନ ଚେନ୍ନାଇ ଠାରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ କାଳିମେଘି ପଞ୍ଚାୟତ ଜାଗିଲିପଦର ଲୁହାକୋଟ ଗ୍ରାମର ସାଗର ନାହାକ ମୃତ୍ୟୁ ବରଣ କରିଥିଲେ l ସାଗର ଚେନ୍ନାଇରେ ଶ୍ରମିକ ଭାବେ କାମ କରୁଥିଲେ । ତାଙ୍କର ମୃତ୍ୟୁ ଖବର ପାଇବା ପରେ ଘରେ ଶୋକର ଛାୟା ଖେଳିଯାଇଥିଲା । ଚେନ୍ନାଇରୁ କେମିତି ମୃତଦେହ ଫେରାଇ ଆଣିବେ ପରିବାର ଲୋକ ଚିନ୍ତାରେ ପଡିଥିଲେ । ପରିବାର ଲୋକ କାଳିମେଘି ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଅର୍ଚ୍ଚନା ତ୍ରିପାଠୀଙ୍କୁ ଜଣାଇବା ପରେ ସରପଞ୍ଚଙ୍କ ପ୍ରତିନିଧି ବିଶ୍ଵାମିତ୍ର ତ୍ରିପାଠୀ ମରଶରୀର ଫେରାଇ ଆଣିବା ପାଇଁ ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରିଥିଲେ । ଏ ଦିଗରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେଙ୍କ ହସ୍ତକ୍ଷେପ ଫଳରେ ସାଗର ନାହାକଙ୍କ ମରଶରୀର ଜନ୍ମମାଟିକୁ ଫେରିଥିଲା । ହେଲେ ଆଜି ସାଗରଙ୍କ ମୃତଦେହ ନିଜ ଜନ୍ମ ମାଟି ଜାଗିଲିପଦର ଲୋହାକୋଟ ଗ୍ରାମରେ ପହଞ୍ଚିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l ସ୍ଥାନୀୟ ଲୋକପ୍ରତିନିଧି ଓ ପରିବାର ବର୍ଗ ଉପସ୍ଥିତିରେ ଗ୍ରାମ ଶ୍ମଶାନ ରେ ସାଗରଙ୍କ ଶେଷକୃତ ସମ୍ପନ୍ନ କରାଯାଇଛି । ଏନେଇ ଗ୍ରାମବାସୀ ଗଞ୍ଜାମ ଜିଲ୍ଲାପାଳ ଓ ସରପଞ୍ଚ ଙ୍କୁ କୃତଜ୍ଞତା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here