ତିନି ଦଫା ଦାବିରେ ପ୍ରାଥମିକ ସେବା ସମବାୟ କର୍ମଚାରୀଙ୍କ ଉପନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

0
887

ବ୍ରହ୍ମପୁର,୨୪/୦୫/୨୦୨୨:ଆସିକା ସମବାୟ ବ୍ୟାଙ୍କ ଅଧିନରେ ଥିବା ପ୍ରାଥମିକ ସେବା ସମବାୟ କର୍ମଚାରୀମାନେ ତିନି ଦଫା ଦାବି ପୂରନ କରିବା ପାଇଁ ସମବାୟ ଉପନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଦୀର୍ଘ ବର୍ଷ ହେଲା ସରକାର ସମସ୍ତ କର୍ମଚାରୀଙ୍କୁ ସପ୍ତମ ବେତନ ଲାଗୁ କରିଥିବା ବେଳେ ସମବାୟ କର୍ମଚାରୀ ମାନଙ୍କୁ ଷଷ୍ଠ ବେତନ ଲାଗୁ କରାଯାଇ ନାହିଁ । ଏହାକୁ ତୁରନ୍ତ ଲାଗୁ କରିବା ସହ ପ୍ରାଥମିକ ସେବା ସମବାୟ ଅଧିକାରୀଙ୍କୁ ସମ୍ପାଦକ ପଦକୁ ପଦନ୍ନୋତି ଦେବା ଦାବି କରିଛନ୍ତି । ସେହିପରି ଉକ୍ତ ଦାବି ଗୁଡିକୁ ବାରମ୍ବାର ସମବାୟ ବିଭାଗର ବରିଷ୍ଟ ଅଧିକାରୀଙ୍କ ନଜରକୁ ଆଣିଲେ ମଧ୍ୟ କେହିବି ଏହାର ସମାଧାନ କରୁ ନାହାନ୍ତି । ଯାହା ଫଳରେ ପ୍ରାଥମିକ ସେବା ସମବାୟ କର୍ମଚାରୀମାନେ ଧାରଣାକୁ ଓହ୍ଲାଇଛନ୍ତି । ସୂଚନା ମୁତାବକ ଆସିକା ବ୍ୟାଙ୍କ ମଧ୍ୟରେ ୧୯୧ ଗୋଟି ପ୍ରାଥମିକ ସେବା ସମବାୟ ସମିତି ରହିଥିବା ବେଳେ ଏଥିରେ ପାଖାପାଖି ତିନି ଶହରୁ ଉର୍ଦ୍ଧ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ଆଜି ଏହି ତିନି ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ସମବାୟ ଉପନିବନ୍ଧକ ଙ୍କୁ ପ୍ରଦାନ କରିଥିଲା ସଂଘ। ସେହିପରି ଆଗାମୀ ଦିନରେ ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଜୋରଦାର କରିବା ସହ ଖରିପ୍ ଧାନ ଚାଷରେ ଋଣ ପ୍ରଦାନ, ସାର ପ୍ରଦାନ ସହିତ ସମବାୟ ନିର୍ବାଚନରେ ଅସହଯୋଗ କରିବେ ବୋଲି କହିଛନ୍ତି। ଆଜିର ଏହି ଧାରଣାରେ ରାଜ୍ୟ ପ୍ରାଥମିକ ସେବା ସମବାୟ ସମିତି ସମ୍ପାଦକ ମହାସଂଘ ର ସଭାପତି ସିତାରାମ ପ୍ରଧାନ, ଆସିକା ବ୍ୟାଙ୍କ୍ ପ୍ରାଥମିକ ସେବା ସମବାୟ ସମିତି ସଂଘ୍ ସଭାପତି ଶିବରାମ ମହାଙ୍କୁଡ, ସାଧାରଣ ସମ୍ପାଦକ ବିପିନୀ ବିହାରୀ ଷଡ଼ଙ୍ଗୀ, କୋଷାଧ୍ୟକ୍ଷ ଏ. ସତ୍ୟ ନାରାୟଣ ରେଡ୍ଡୀଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here