ତାକରଡ଼ା ଗୁଳିକାଣ୍ଡ ର ୭୫ ତମ ବାର୍ଷିକୀ ପାଳିତ।

0
330

ଶେରଗଡ଼, ୨୪/୦/୨୦୨୨:ଯେତେ ଦିନ ପର୍ଯ୍ୟନ୍ତ ଚାଷୀ ସମସ୍ୟାର ଅନ୍ତ ନାହିଁ ଯେତେ ଦିନ ଯାଏଁ ଚାଷୀ ତାର ହକ ପାଇନି ସେତେ ଦିନ ପର୍ଯ୍ୟନ୍ତ ତାକରଡ଼ା ଗୁଳିକାଣ୍ଡର ପ୍ରାସଙ୍ଗିକତା ରହିବ। ଚାଷୀ ଆନ୍ଧୋଳନ ରେ ଶହୀଦ ହୋଇଥିବା ଶହୀଦ ଙ୍କ ବଳିଦାନ ବୃଥା ଯାଇନି କି ଯିବନାହିଁ ବରଂ କୃଷକ ଏକତ ପାଇଁ ବଳ ଶକ୍ତି ଓ ଇନ୍ଧନ ଯୋଗାଉଥିବ ବୋଲି ତାକରଡ଼ା ଗୁଳିକାଣ୍ଡ ର ୭୫ ତମ ବାର୍ଷିକ ଦିବସ ପାଳନ ଅବସରରେ ମତବ୍ୟକ୍ତ କରାଯାଇଛି। ଶହୀଦ ଦିବସ ସ୍ମୁତି ରକ୍ଷା କମିଟି ପକ୍ଷରୁ ଐତିହାସିକ ତାକରଡ଼ା ଗୁଳିକାଣ୍ଡ ୭୫ ତମ ବାର୍ଷିକ ଦିବସ ତାକରଡ଼ା ଠାରେ ଅନୁଷ୍ଠିତ ହୋଇଯାଇଛି। ସ୍ମୁତିରକ୍ଷା କମିଟି ଆବାହକ ସମୀର ପ୍ରଧାନ ଙ୍କ ସଂଯୋଜନା ରେ କାର୍ଯ୍ୟକ୍ରମ ରେ ଶହୀଦବେଦୀରେ ମାଲ୍ୟାର୍ପଣ କୃଷାନ ନେତା ଗୋବିନ୍ଦ ପ୍ରଧାନଙ୍କ ପ୍ରତିମୂର୍ତ୍ତି ଓ ହାଇସ୍କୁଲ ଠାରେ ଗୌରଚନ୍ଦ୍ର ପ୍ରଧାନଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସ୍ୱର୍ଗତ ଗୋବିନ୍ଦ ପ୍ରଧାନ ରଙ୍ଗମଞ୍ଚ ରେ ବର୍ଷୀୟାନ ବାମପନ୍ଥୀ ନେତା ଶୋଭାଚନ୍ଦ୍ର ଷଡ଼ଙ୍ଗୀଙ୍କ ସଭାପତିତ୍ବ ଓ ସମାଦୃଷ୍ଟି କାର୍ଯ୍ୟନିର୍ବାହୀ ସମ୍ପାଦକ ବିଘ୍ନେଶ୍ୱର ସାହୁଙ୍କ ସଂଯୋଜନା ରେ ଅନୁଷ୍ଠିତ ସମାବେଶ ରେ ସିପିଆଇ ଜାତୀୟ ସମ୍ପାଦନା ମଣ୍ଡଳୀ ସଭ୍ୟ ରାମକୃଷ୍ଣ ପଣ୍ଡା ନୁଆଦୁନିଆ ସମ୍ପାଦକ ରମେଶଚନ୍ଦ୍ର ପାଢ଼ୀ ସିପିଆଇ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର ଶ୍ରମିକ ନେତା ଅଳକନାଥ ମିଶ୍ର କୃଷକନେତା ରଙ୍କନାଥ ସ୍ବାଇଁ ସିପିଏମ ନେତା ହରିକୃଷ୍ଣ ରେଡ୍ଡୀ ଗୋପାଳକୃଷ୍ଣ ପାଣିଗ୍ରାହି ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ବାଇଁ ଜିଲ୍ଲାପରିଷଦ ସଭ୍ୟା ନିବେଦିତା ପ୍ରଧାନ ପ୍ରମୁଖ ଯୋଗଦେଇ ଐତିହାସିକ ଶହୀଦ ଦିବସ ର ସ୍ମୃତିଚାରଣ ସହ ଜମିଦାରୀ ମୁସ୍ତାଦାରି ଇନାମଦାର ପ୍ରଥା ବିଲୋପ ସହ ଲଙ୍ଗଳ ଯାର ଜମି ତାର କାର୍ଯ୍ୟକାରି ହେବା ଭୁସଂସ୍କାର ଆଇନ ପ୍ରଣୟନ ଚାଷୀ ସଂଗ୍ରାମ ତାକରଡ଼ା ଗୁଳିକାଣ୍ଡ ର ଭୂମିକା ସମେତ ଆଜିର କୃଷକ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ। ୬ ଶହୀଦ ପରିବାର ସଦସ୍ୟ ଓ ସ୍ଵାଧୀନତା ସଂଗ୍ରାମୀ ପରିବାର ସଭ୍ୟ ମାନଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ସିପିଆଇ ଜୋନ ସମ୍ପାଦକ ହରପ୍ରସାଦ ଆଚାରି ସିପିଆଇ ନେତା ଅନନ୍ତ ମହାଙ୍କୁଡ ବୃନ୍ଦାବନ ପଣ୍ଡା ଗୌରଚନ୍ଦ୍ର ପାତ୍ର ସୁଶାନ୍ତ ସ୍ବାଇଁ ବିଦେଶୀ ନାହାକ ବିନାୟକ ଦାଶ ଭଗବାନ ରାଉତ ପଞ୍ଚାନନ ସ୍ବାଇଁ ରାମକୃଷ୍ଣ ପ୍ରଧାନ ଭୀମସେନ ସ୍ବାଇଁ ବିପିନ ବିହାରୀ ପ୍ରଧାନ ହୃଷୀକେଶ ପାତ୍ର ମୁରଲୀଧର ସାହୁଙ୍କ ସମେତ ବିଭିନ୍ନ ଅଞ୍ଚଳ ରୁ ଶତାଧିକ କମ୍ୟୁନିଷ୍ଟ ନେତା ବୁଦ୍ଧିଜୀବି ଯୋଗ ଦେଇଥିଲେ।
ରିପୋର୍ଟ: ବିନାୟକ ଦାଶ

LEAVE A REPLY

Please enter your comment!
Please enter your name here