ପାତ୍ରପୁର ବ୍ଳକର କିଛି ପଞ୍ଚାୟତରେ ମନରେଗା ଅନିୟମିତତା ନେଇ ବିଡ଼ିଓଙ୍କୁ ଅଭିଯୋଗ କଲା ବିଜେଡି

0
946

ପାତ୍ରପୁର,୨୪/୦୫/୨୨, ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକରେ ଚାଲିଥିବା ମନରେଗା ଦୁର୍ନୀତିକୁ ନେଇ ବିଜେଡି ସ୍ୱର ଉତ୍ତୋଳନ କରିଛି । ଚଳିତ ପଞ୍ଚାୟତ ନିର୍ବାଚନରେ ପାତ୍ରପୁର ପଞ୍ଚାୟତ ସମିତି ବିଜେପି ଦଖଲ ପରେ ବ୍ଳକରେ ଚାଲିଥିବା ଅନୈତିକ କାର୍ଯ୍ୟକଳାପ ପ୍ରତିବାଦରେ ଆଜି ବିଜେଡି ତରଫରୁ ଶହ ଶହ ସମର୍ଥକ ବ୍ଳକ ଅଫିସ ସମ୍ମୁଖରେ ପ୍ରତିବାଦ କରିବା ସହିତ ବିଡ଼ିଓ ପ୍ରକାଶ ଚନ୍ଦ୍ର ଦାସଙ୍କ ଠାରେ ଅଭିଯୋଗ କରିଥିଲେ । ପାତ୍ରପୁର ବ୍ଳକର କିଛି ପଞ୍ଚାୟତରେ ମନରେଗାରେ କାମ ନ ଯୋଗାଇବା, ପଞ୍ଚାୟତରେ ଡିମାଣ୍ଡ ସ୍ଵୀକାର କରୁନଥିବା ,୩୦ ରୁ ୪୦ ଲୋକ ନିୟୋଜିତ କରି ଶତାଧିକ ଲୋକଙ୍କ ନାମରେ ମଷ୍ଟରରୋଲ୍ ବାହାର କରିବା , ରବିବାର ଦିନ ଛୁଟିଦିନ ହୋଇଥିବାବେଳେ ରବିବାରରେ କାମ ବନ୍ଦ କହି ମଷ୍ଟରରୋଲ୍ରେ ଉପସ୍ଥିତ ଦର୍ଶାଇ ପେମେଣ୍ଟ ଛାଡ଼ିବା ସହିତ ବର୍ତ୍ତମାନ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ନିଜ ପଞ୍ଚାୟତ ଅନ୍ତର୍ଗତ ବଳରାମପୁର ଗ୍ରାମର ଷ୍ଟ୍ରିଟ ଲାଇଟ୍ ବିଦ୍ୟୁତ ବକେୟା ଗ୍ରାମବାସୀ ବାନ୍ଧିବା , ସେହିପରି ଜୟନ୍ତୀପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚିଡୁପୁଡି ଗ୍ରାମରେ ବର୍ତ୍ତମାନ ସରପଞ୍ଚ ୧୨ଟି ଭୋଟ ପାଇଥିବା କାରଣରୁ ସେହି ଗ୍ରାମର ମନରେଗା ଯୋଜନାରେ କାମ ଦେଉନଥିବା, ସାମନ୍ତିଆପଲ୍ଲି ପଞ୍ଚାୟତରେ ଗାଁ ସାଥି ରେବତୀ ବହୁତ ଥର ଡିମାଣ୍ଡ ଦେଲେ ମଧ୍ୟ ପଞ୍ଚାୟତରେ ସ୍ଵୀକାର ନକରିବା ଏହି ପରି ବହୁ ସମସ୍ୟା ଉପରେ ଯୁବ ସମାଜସେବୀ ଶ୍ରୀରୁପ ଦେଓ ଅଭିଯୋଗ ଆଣିଛନ୍ତି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ସଚିଦାନନ୍ଦ ରାଜଗୁରୁ , ଦୀପକ କୁମାର ଜେନା , ପିଣ୍ଟୁ , ଭଗବତୀ , ରଜନୀ ମହାନ୍ତି , ଜେ. ଧାର୍ମା ରେଡ୍ଡୀ , ସଂଗ୍ରାମ କେଶରୀ, ଜାଗା ରାଉ, ବାବୁରାଉ, ଏମ୍ ଅନନ୍ତ, ଅନନ୍ତ ବାଡତ୍ୟାଙ୍କ ସହ ବହୁ ବିଜେଡି ନେତା, କର୍ମୀ ଓ ସମର୍ଥକ ଉପସ୍ଥିତ ଥିବା ସୂଚନା ରହିଅଛି ।

LEAVE A REPLY

Please enter your comment!
Please enter your name here