ଭେଙ୍କେଟଶ୍ବର ମନ୍ଦିର ପରିସରରେ ମାଁ ଲକ୍ଷ୍ମୀ ମନ୍ଦିର,ପାର୍ଶ୍ଵମୂର୍ତ୍ତି, ସିଂହଦ୍ୱାର ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ

0
181

ବ୍ରହ୍ମପୁର, ୧୦/୦୬/୨୦୨୨:
ଗତ ସୋମବାର ଦିନ ଠାରୁ ଚିକିଟି ବ୍ଲକ ଝାଟିପଦର ଗ୍ରାମ ନୂତନ ଭାବେ ଭେଙ୍କେଟଶ୍ବର ମନ୍ଦିର ପରିସରରେ ମାଁ ଲକ୍ଷ୍ମୀ ମନ୍ଦିର,ପାର୍ଶ୍ଵମୂର୍ତ୍ତି, ସିଂହଦ୍ୱାର ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଏହି ପ୍ରତିଷ୍ଠା ଉତ୍ସବ ଗତ ୬ତାରିଖ ଠାରୁ ଆରମ୍ଭ ହୋଇ ଚଳିତ ୧୨ତାରିଖ ପର୍ଯ୍ୟନ୍ତ ଉତ୍ସବ ଅନୁଷ୍ଠିତ ହେବ। ପ୍ରଥମ ଦିନ ରେ ଅଙ୍କୁରା ରୋପଣ, କଳସ ଯାତ୍ରା, ଗ୍ରାମ ବାସୀଙ୍କ ସଙ୍କଳ୍ପ ସନ୍ଧ୍ୟାରେ ମାଁ ଲକ୍ଷ୍ମୀ ଙ୍କ ପ୍ରତିମୂର୍ତ୍ତି ମନ୍ଦିରରେ ପ୍ରବେଶ। ସାତଦିନ ବ୍ୟାପୀ ନାମ ଅଞ୍ଚଳର ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା ନାମଯଜ୍ଞ ସହ ବିଭିନ୍ନ ପୂଜା ଅନୁଷ୍ଠିତ ହେବ। ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଙ୍କୁ ସ୍ଥାନୀୟ ବାସିନ୍ଦାଙ୍କ ସହ ଅଞ୍ଚଳର ବହୁ ମାନ୍ୟଗଣ ବ୍ୟକ୍ତି ମନ୍ତ୍ରୀ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇବା ସହ ଅନୁଷ୍ଠିତ ପୂଜା ଉତ୍ସବକୁ ସ୍ବାଗତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସୁରେନ୍ଦ୍ର ମଣ୍ଡଳ, ସି.ଏଚ୍.ଦିଲେଶ୍ଵର ରେଡ୍ଡୀ, ଏ.ରଙ୍ଗାରାଓ, ଏସ.କ୍ରୀଷ୍ଣା ଙ୍କ ସହ ନିର୍ବାଚନ ମଣ୍ଡଳୀରୁ ବହୁ ଭକ୍ତଙ୍କ ଭିଡ଼ ହୋଇଥିଲା।ଏହି ପ୍ରତିଷ୍ଠା ଉତ୍ସବ ରେ ମୁଖ୍ୟ ପୁରୋହିତ ଭାବେ ବ୍ରହ୍ମପୁର ର ପଣ୍ଡିତ ଆମ୍ପୋଲୁ ଅନନ୍ତାଭେଙ୍କଟ ଶ୍ରିବାସା ଆଚାରୀ ଙ୍କ ତତ୍ତ୍ୱାବଧାନ ରେ ଅନୁଷ୍ଠିତ ହୋଇଛି। ଏହି ପ୍ରତିଷ୍ଠା ଉତ୍ସବ ରେ ହାଇଦ୍ରାବାଦ ସ୍ଥିତ ଚୈତନ୍ୟ ଭକ୍ତ ପରମ ହଂସ ପରିବ୍ରାଜକ ଶ୍ରୀ ଶ୍ରୀ ଶ୍ରୀ ତ୍ରିଦଣ୍ଡି ସାନ ଶ୍ରୀମାନ ନାରାୟଣ ରାମାନୁଜ ଜି.ଆର.ସ୍ୱାମୀ ଙ୍କ ଝାଟିପଦର ଗ୍ରାମରେ ଏକ ଧର୍ମୀୟ ସଭା ଅନୁଷ୍ଠିତ ହୋଇଯାଇଅଛି। ସ୍ବାମୀଜୀଙ୍କୁ ସ୍ବାଗତ କରିବା ସହ ଦର୍ଶନ ପାଇଁ ଅଞ୍ଚଳର ଶତାଧିକ ଭକ୍ତଙ୍କ ସହ ଆନ୍ଧ୍ର ପ୍ରଦେଶ ର ବହୁ ଭକ୍ତଙ୍କ ଭିଡ଼ ଜମିଥିଲା। ଏହି କାର୍ଯ୍ୟକ୍ରମ କୁ ମନ୍ଦିର କମିଟି ପରିଚାଳନା ସଦସ୍ୟ ଆର୍. ହାରମ୍ବା ରେଡ୍ଡୀ ସହ ସରପଞ୍ଚ ପ୍ରତିନିଧି ସନ୍ତୋଷ ସେଠୀ ଏବଂ ମନ୍ଦିର କମିଟି ଓ ଗ୍ରାମବାସୀ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here